ବିରାଟ ଜଣେ ଭଲ ଖେଳାଳି ହେଲେ ମଧ୍ୟ ତାଙ୍କୁ ଜଣାନାହିଁ ସିଷ୍ଟାଚାର : ନଶିରୁଦ୍ଦିନ ଶାହା

ମୁମ୍ବାଇ : ବଲିଉଡ଼ର ବିଶିଷ୍ଠ ଅଭିନେତା ନଶିରୁଦ୍ଦିନ ଶାହା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଦୁନିଆର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ବ୍ୟକ୍ତି କହିଛନ୍ତି। ଅଭିନେତାଙ୍କ ଏପରି ମନ୍ତବ୍ୟ ପରେ ଆରମ୍ଭ ହୋଇଛି ବିବାଦ। ନଶିରୁଦ୍ଦିନ ଶାହା କୋହଲିଙ୍କ ପୂର୍ବ ଭିଡ଼ିଓ ଦେଖି ଏପରି ମନ୍ତବ୍ୟ ଦେଇଛନ୍ତି। କ୍ରିକେଟର ବିରାଟ କିଛି ଦିନ ପୂର୍ବେ ଏକ ମିଡ଼ିଆ ସମ୍ମିଳନୀରେ ଜଣେ ପ୍ରଶଂସକଙ୍କୁ ଭାରତ ଛାଡ଼ିବାକୁ କହିଥିଲେ। ଯାହା ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

virat

କଣ ଥିଲା ଭାଇରାଲ ଭିଡ଼ିଓ

ଏକ ମିଡ଼ିଆ ସମ୍ମଳନୀରେ ଜଣେ ପ୍ରଶଂସକ ଭାରତୀୟ କ୍ରିକେଟ ଦଳ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଦଳ ଅଧିକ ଭଲ ଖେଳିଥିବା କହିଥିଲେ। ଯାହାଫଳରେ କୋହଲି ତାଙ୍କୁ ଭାରତ ଛାଡ଼ିବାକୁ ଉପଦେଶ ଦେଇଥିଲେ। କୋହଲିଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ବଡ଼ ଅସୁବିଧାରେ ପକାଇଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖିବାକୁ ଯାଇ ଅଭିନେତା ନଶିରୁଦ୍ଦିନ ଶାହା କହିଛନ୍ତି, “ବିରାଟ କେବଳ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାହା ନୁହଁ ସେ ଦୁନିଆର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ଖୋଳାଳି ମଧ୍ୟ। ତାଙ୍କର ପ୍ରତିଭା ତାଙ୍କା ଅହଂକାର ଏବଂ ଖରାପ ସିଷ୍ଟାଚାର ପାଇଁ ଖରାପ ହେଉଛି। ଏବଂ ମୋର ଭାରତ ଛାଡ଼ିବାର କୌଣସି ଇଛା ନାହିଁ “।

କହିବାକୁ ଗଲେ ଅଭିନେତା କୋହଲିଙ୍କ ପାଇଁ ଲିଭି ଆସୁଥିବା ବିବାଦର ନିଆଁରେ ଘିଅ ଢ଼ାଳିବା କାମ କରିଛନ୍ତି। ଏହା ନିସନ୍ଦେହ କି, ଜଣେ ବିଶିଷ୍ଠ କଳାକାରଙ୍କ ଏପରି ବୟାନ ପରେ ଖେଳାଳିଙ୍କ ଅସୁବିଧା ବଢ଼ିବ ନାହିଁ।