Below header

ପାକିସ୍ତାନରେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ଼

ନୂଆଦିଲ୍ଳୀ : ଦୀର୍ଘ ୧୫ ବର୍ଷ ପରେ ପାକିସ୍ତାନ ସହ କ୍ରିକେଟ୍‌ ସିରିଜ୍‌ ଖେଳିବ ନ୍ୟୁଜିଲାଣ୍ଡ । ଏହି ସିରିଜ୍‌ ସାଉଦି ଆରବରେ ଆସନ୍ତା ଅକଟୋବର ମାସରେ ଖେଳାଯିବ । ତେବେ ସିରିଜଟି ପାକିସ୍ତାନରେ ଖେଳିବା ପାଇଁ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ ଯାହାକୁ ମନା କରି ଦେଇଛି ନ୍ୟୁଜିଲାଣ୍ଡ ବୋର୍ଡ଼ । ସୁରକ୍ଷା ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବୋର୍ଡ଼ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛି । ଆଗାମୀ ସିରିଜରେ ଉଭୟ ଦଳ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.