ରନ୍‌ ନେଉଥିବା ବେଳେ ଖେଳାଳିଙ୍କୁ ଆସିଲା ହାର୍ଟଆଟାକ, ପିଚ୍‌ରେ ପଡି ଚାଲିଗଲା ଜୀବନ : ଭିଡିଓ ଭାଇରଲ

କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ରନ ବେଳେ ହାର୍ଟଆଟାକ ଯୋଗୁଁ ଖେଳାଳିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ନୋଏଡାର ଏକ କମ୍ପାନୀରେ ଇଂଜିନିୟର ଭାବେ କାମ କରୁଥିଲେ । ଦିଲ୍ଲୀ ସେଟ୍‌ ନୋଏଡାରେ ଘଟିଛି ଆଶ୍ଚର୍ଯ୍ୟକର ଘଟଣା ।

ଦିଲ୍ଲୀ ସେଟ୍‌ ନୋଏଡାରେ ଘଟିଛି ଆଶ୍ଚର୍ଯ୍ୟକର ଘଟଣା । କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ରନ ବେଳେ ହାର୍ଟଆଟାକ ଯୋଗୁଁ ଖେଳାଳିଙ୍କ ମୃତ୍ୟୁ ହୋଇଛି । ଏହି ସଂପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, କ୍ରିକେଟ ମ୍ୟାଚରେ ବ୍ୟାଟର ରନ୍‌ ନେବା ପାଇଁ ପ୍ରଥମେ ଦୌଡୁଛନ୍ତି, ହେଲେ ବଲଟି ଚାରି ହୋଇଯିବାରୁ ସାଥି ଖେଳାଳି ବ୍ୟାଟ ଟଚ୍‌ କରି ଅଧାରୁ ଫେରୁଥିବା ବେଳେ ଅନ୍ୟ ଖେଳାଳି ଜଣକ ହଠାତ୍‌ ତଳେ ପଡିଯାଇଥିଲେ । ଖେଳାଳି ଜଣକ ତଳେ ପଡିଯିବାରୁ ଅନ୍ୟ ସାଥି ଖେଳାଳିମାନେ ଦୌଡି ଆସି ଉଠାଇବାକୁ ଚେଷ୍ଟା କରିଥିଲେ । ତୁରନ୍ତ ଯୁବକଙ୍କୁ ହସପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ସେକ୍ଟର-୧୩୫ ପୁସ୍ତାରେ ନିର୍ମିତ ଷ୍ଟାଡିୟମରେ ଚାଲିଥିଲା ମ୍ୟାଚ । ମ୍ୟାଚରେ ଉତ୍ତରାଖଣ୍ଡର ୩୬ ବର୍ଷୀୟ ବିକାଶ ନେଗି ବ୍ୟାଟିଂ କରୁଥିଲେ । ଖେଳରେ ବିକାଶ ରନ୍‌ ନେବା ପାଇଁ ଦୌଡୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ । ବିକାଶ ପଡିଯାଇଥିବା ଦେଖି ଅନ୍ୟ ଖେଳାଳି ଉଠାଇଲେ, ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଖେଳାଳିଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ହାର୍ଟ ଆଟାକ ଯୋଗୁଁ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ହାକ୍ତର କହିଛନ୍ତି । ମୃତକ ଜଣକ ନୋଏଡାର ଏକ କମ୍ପାନୀରେ ଇଂଜିନିୟର ଭାବେ କାମ କରୁଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.