Below header

ଜୋକୋଭିକ୍‌ ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ

ସିଡନୀ : ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛନ୍ତି ନୋଭାକ୍‌ ଜୋକୋଭିକ୍‌ । ଫାଇନାଲ୍‌ରେ ସେ ରାଫେଲ ନଡାଲଙ୍କୁ ହରାଇ ଟାଇଟଲ୍‌ ବିଜୟୀ ହୋଇଛନ୍ତି । ଅଜି ଷ୍ଟାଡିୟମ ଭରପୂର ଦର୍ଶକଙ୍କ ଆଗରେ ଜୋକୋଭିକ୍‌ ସହଜରେ ନାଡାଲଙ୍କୁ ପରାସ୍ତ କରିଥିଲେ । ଖେଳ ଏଭଳି ଏକତରଫା ହେବ ବୋଲି କେହି ଭାବି ନଥିଲେ । ତେବେ ଜୋକୋଭିକ୍‌ ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଖେଳ ଦେଖାଇ ୬-୩, ୬-୨, ୬-୩ ସେଟ୍‌ରେ ବିଜୟୀ ହୋଇଥିଲେ । ପୂର୍ବରୁ ୨୦୧୨ରେ ଏହି ଦୁଇ ଖେଳାଳି ଫାଇନାଲରେ ପରସ୍ପରକୁ ଭେଟିଥିଲେ । ସେଥିରେ ଜୋକୋଭିକ୍‌ ୫ଟି ସେଟ୍‌ରେ ବିଜୟୀ ହୋଇଥିଲେ । ଆଜିର ବିଜୟ ସହ ଜୋକୋଭିକ୍‌ ବନାମ ନାଦାଲ ଲଢ଼େଇ ୨୮-୨୫ରେ ପହଞ୍ଚିଛି । ଅଧୁନିକ ଟେନିସ୍‌ରେ ଦୁଇ ଖେଳାଳିଙ୍କ ଭିତରେ ସବୁଠୁ ଲମ୍ବା ପ୍ରତିଦ୍ୱନ୍ଦ୍ୱିତା ବୋଲି କୁହାଯାଉଛି । ନାଡାଲ ପରାସ୍ତ ହେବା ଫଳରେ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବାରୁ ବଞ୍ଚିତ ହେଲେ । ନଚେତ ସେ ଟେନିସ୍‌ ଇତିହାସରେ ୪ଟିଯାକ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ଜିତିବାରେ ପ୍ରଥମ ଖେଳାଳି ହୋଇଥାନ୍ତେ ।
ଟାଇଟଲ୍‌ ଜିତିବା ପରେ କିଭଳି ରହିଥିଲା ଜୋକୋଭିକ୍‌ଙ୍କ ପ୍ରତିକ୍ରିୟା ଦେଖନ୍ତୁ ଭିଡିଓ ।


ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦୭ତମ ସଂସ୍କରଣରେ ଗତକାଲି ମହିଳା ସଙ୍ଗଲ୍ସରେ ଜାପାନର ନାଓମି ଓସାକା ଚାମ୍ପିଅନ୍‌ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.