Below header

ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାଗରେ ଅଚାନକ ପରିବର୍ତ୍ତନ । ପୂର୍ବାନୁମାନ ଅନୁଯାୟୀ କୁହୁଡ଼ି ଆଣିଛି ବର୍ଷା । ରାଜ୍ୟର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଆଜି ମେଘୁଆ ପାଗ ରହିଛି । ମାଘର ଶୀତ ସାଙ୍ଗକୁ କୋହଲା ପାଗ ଓ ପବନ ଛୁଟି ଦିନରେ ଜନଜୀବନକୁ ପ୍ରଭାବିତ କରିଛି ।
ବିଦର୍ଭ ଏବଂ ଛତିଶଗଡ଼ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବର ଓଡ଼ିଶା ସମେତ ବିହାର, କର୍ଣ୍ଣାଟକ, ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ଅଳ୍ପ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଗରେ ସର୍ବାଧିକ ୧୭.୬ ମିଲିମିଟର ଏବଂ ଜଗଦଲପୁରରେ ୭.୮ ମିଲିମିଟର ବର୍ଷର ରେକର୍ଡ଼ କରାଯାଇଛି । ଏଭଳି ପାଗ ଯୋଗୁଁ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନୁଗୁଳ, ଭବାନୀ ପାଟଣା, କୋରାପୁଟ, ଗଞ୍ଜାମ, ଭୁବନେଶ୍ୱର, ଫୁଲବାଣୀ ଓ ଭୁବନେଶ୍ୱରରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା ପରେ ପାଗ ପୁଣି ସ୍ୱାଭାବିକ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.