ବିଶ୍ବର ପ୍ରଥମ ମହାକାଶ ହୋଟେଲ୍ କରିବ ଆମେରିକା‌: ଦେବ ୧୨ ଦିନିଆ ଟୁର୍‌ ପ୍ୟାକେଜ୍‌

ଏବେ ଲୋକଙ୍କର ମହାକାଶରେ ରହିବାର ସ୍ବପ୍ନ ପୂରଣ ହେବ। ଆମେରିକା କମ୍ପାନୀ ଓରିୟନ ସ୍ପାନ୍ ମହାକାଶରେ ହୋଟେଲ୍ ତିଆରି କରିବାକୁ ପ୍ରସ୍ତୁତି କରୁଛି । ପ୍ରାୟ ସବୁ ମଣିଷଙ୍କର ଇଚ୍ଛା ଥାଏ ଯେ ମହାକାଶ ଭ୍ରମଣ କରିବାକୁ। ଲୋକମାନେ ମହାକାଶରେ ଜାଗା ମଧ୍ୟ କିଣିଲେଣି। ଯେତେବେଳେ ନାସା ମଙ୍ଗଳଗ୍ରହରେ ଯାତ୍ରାର ଘୋଷଣା କରିଥିଲା, ତେବେ ବହୁତ ଲୋକ ଉତ୍ସାହିତ ହୋଇପଡିଥିଲେ। ଏଥିରେ ୬ ଜଣ ରହିବାର ସୁବିଧା ରହିବ। ହୋଟେଲରେ ୧୨ ଦିନିଆ ଟୁର୍ ପ୍ୟାକେଜ୍ ପ୍ରଦାନ କରାଯିବ। ଏଥିପାଇଁ ପ୍ରତି ପର୍ଯ୍ୟଟକଙ୍କୁ ୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଯଦି ଆପଣ ଏହି ଟୁରର ମଜା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଏହା ପାଇଁ ଲାଇନ ଖୋଲା ଅଛି, ଯଦି ଆପଣ ଏହି ରିଜର୍ଭଭେସନକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ୮୦,୦୦୦ ଡଲାର ଦେବାକୁ ହେବ। ଯଦି ଆପଣ ଆପଣଙ୍କ ମନକୁ ପରିବର୍ତ୍ତନ କରିଦେଉଛନ୍ତି ତେବେ ଏହି ଟଙ୍କା ଫେରସ୍ତ ଦିଆଯିବ। ହୋଟେଲର ଶୁଭାରମ୍ଭ ୨୦୨୧ରେ କରାଯିବ। ତେବେ ଏଠାକୁ ପର୍ଯ୍ୟଟକ ପଠାଇବା କାର୍ଯ୍ୟ ୨୦୨୨ଠାରୁ ଆରମ୍ଭ ହେବ। ଏହାପରେ ମହାକାଶରେ ଏହି ଚମତ୍କାର ଛୁଟିକୁ ବିତାଇ ପାରିବେ ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଏଥିପାଇଁ ୨ ବର୍ଷ ତାଲିମ୍ ଦିଆଯିବ।

ଆମେରିକା କମ୍ପାନୀ ଓରିୟନ ସ୍ପାନ୍ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଭ୍ରାମ୍ୟମାଣ ହୋଟେଲ ପ୍ରତି ୯୦ ମିନିଟରେ ପୃଥିବୀର ପ୍ରଦକ୍ଷଣ କରିବ। ଫଳରେ ପର୍ଯ୍ୟଟକ ୨୪ ଘଣ୍ଟାରେ ୧୬ ଥର ସୂର୍ଯ୍ୟଦୟ ଓ ସୂର୍ଯ୍ୟାସ୍ତ ଦେଖିବାର ସୁଯୋଗ ପାଇପାରିବେ। ଏଠାରେ ପର୍ଯ୍ୟଟକଙ୍କୁ ଇଣ୍ଟରନେଟ୍ ସୁବିଧା ମଧ୍ୟ ପ୍ରଦାନ କରାଯିବ। ଏହି ଭ୍ରାମ୍ୟମାଣ ହୋଟେଲ ୩୫ ଫୁଟ ଲମ୍ବା ଏବଂ ୧୨ଫୁଟ ଚୌଡ଼ା। ସେହିପରି ଟେକ୍ସାସର ଏକ କମ୍ପାନୀ ଆକ୍ସିୟମ୍ ସ୍ପେସ୍ ୨୦୨୪ ସୁଦ୍ଧା ମହାକାଶରେ ଏକ କମର୍ସିଆଲ ମହାକାଶ ଷ୍ଟେଶନ୍ ସ୍ଥାପନ କରିବାର ଯୋଜନା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.