ଘୋଷଣା ହେଲା ଓଡିଶା ରଣଜୀ ଟିମ୍‌, ଟିମରେ ୪ ନୂଆ ମୁହଁ ସାମିଲ

ଘୋଷଣା ହେଲା ଓଡିଶା ରଣଜୀ ଟିମ। ୧୭ ଜଣିଆ ଟିମ ଘୋଷଣା କଲା ଓଡିଶା କ୍ରିକେଟ ସଂଘ। ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ଟିମ ଓଡିଶାର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟିମରେ ୪ ନୂଆ ମୁହଁ ସାମିଲ ହୋଇଛନ୍ତି । ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ରଣଜୀ ସିଜିନରେ ପଡିଆକୁ ଓହ୍ଲାଇବ ଓଡିଶା ଟିମ୍ ।

ଖବର ଅନୁଯାୟୀ, ଆଗାମୀ ରଣଜୀ ସିଜିନ ପାଇଁ ପ୍ରଥମ ପର୍ଯ୍ୟାୟର ଟିମ ଘୋଷଣା କରିଛି ଓସିଏ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଏଥର ଟିମ ମୈଦାନକୁ ଓହ୍ଲାଇବ । ଆଜି ଅନୁଷ୍ଠାନିକ ଭାବେ ୧୭ ଜଣିଆ ଟିମ ଘୋଷଣା କରାଯାଇଛି । ଟିମରେ ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି, ଗୋବିନ୍ଦ ପୋଦ୍ଦାରଙ୍କ ଭଳି ଅଭିଜ୍ଞ ଖେଳାଳି ମାନେ ଟିମରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ନୂଆ ମୁହଁ ରୁପେ ସ୍ୱସ୍ତିକ ସାମଲ, ତାରିଣି ସା, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ନଜର ଆସିବେ । ସିଜିନର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଆଜି ଦଳ ଘୋଷଣା କରାଯାଇଛି । ଆସନ୍ତା ୧୩ ତାରିଖରେ ବରୋଦା ସହିତ ପ୍ରଥମ ମ୍ୟାଚ ଏବଂ ୨୦ ତାରିଖରେ ଉତ୍ତରାଖଣ୍ଡକୁ ଭେଟିବ ଟିମ ଓଡିଶା । ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଓସିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.