ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍, ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଦମ୍ପତି

ବ୍ରହ୍ମପୁର(କେନ୍ୟୁଜ୍): ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଦମ୍ପତି। ଗଞ୍ଜାମ ଜିଲ୍ଲା ଡ଼େଙ୍ଗାଉସ୍ତା ଛଣମେରି ରାସ୍ତାରେ ଘଟିଛି ଏହି ବଡ଼ ଦୁର୍ଘଟଣା। ଯେଉଁଥିରେ ଅଳ୍ପକେ ବଞ୍ଚିଯାଇଛନ୍ତି ଦମ୍ପତି।  ଧଳା ରଙ୍ଗର ଏକ କାରଟି ଫାଶୀଗୁଡା ପଟୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ହଠାତ୍ ଏକ ପୋଖରୀ ଭିତରକୁ ପଶିଯାଇଥିଲା। କାରଟି ପୋଖରୀରେ ପଡିଯିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ପହଞ୍ଚି ଭାସମାନ ଅବସ୍ଥାରେ ଥିବା କାରକୁ ଦଉଡି ସାହାଯ୍ୟରେ ଟାଣି ଆଣିଥିଲେ ।

କାରରେ ଥିବା ଦମ୍ପତିଙ୍କୁ ଉଦ୍ଧାର କରିଥିବାବେଳେ, ଘଟଣାସ୍ଥଳରେ ସାନଖେମୁଣ୍ଡି ଦମକଳ ବାହିନୀ ପହଞ୍ଚି କ୍ରେନ୍ ସାହାଯ୍ୟରେ କାରଟିକୁ ଉଦ୍ଧାର କରିଥିଲେ। କାରରେ ପତ୍ନୀ ଜଣକ ବସିଥିବାବେଳେ,ସ୍ୱାମୀ କାର ଚଳାଉଥିଲେ। କାର ପାଣିରେ ବୁଡ଼ିଯାଇଥିବା ଯୋଗୁଁ କାରକୁ ଛାଡି ଦମ୍ପତି ବ୍ରହ୍ମପୁର ଅଭିମୁଖେ ଚାଲିଯାଇଥିବା ଜଣାପଡିଛି।