ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖବର! ଏବେ ଫ୍ରି ରେ ମିଳିବ ୧୫୦ କିଲୋ ଚାଉଳ, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା

ସରକାର ରାସନ କାର୍ଡ ଧାରକଙ୍କ ପାଇଁ ଏକ ନୂଆ ସୂଚନା ଜାରି କରିଛନ୍ତି। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କୁ ପୂର୍ବରୁ ଅଧିକ ରାସନ ମିଳିବ। ଏବେ ଏହି ଯୋଜନା ଅନ୍ତର୍ଗତ ଅନେକ ଗରିବ ଶ୍ରେଣୀର ଲୋକ ଲାଭ ପାଉଛନ୍ତି । ସେମାନଙ୍କୁ ଏବେ ୧୩୫ ରୁ ୧୫୦ କିଲୋ ପର୍ଯ୍ୟନ୍ତ ଚାଉଳ ମାଗଣାରେ ମିଳିବ। ଏବେ ଜାଣନ୍ତୁ ଏହା ସମ୍ପର୍କରେ ବଡ଼ ଅପଡେଟ।

ସରକାରଙ୍କ ତରଫରୁ ଏହି ଯୋଜନା କୋଟି କୋଟି ଲୋକଙ୍କ ପାଇଁ ବାହାର କରାଯାଇଛି।ଯେଉଁମାନଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳୁଛି। ବଢ଼ୁଥିବା ଜିନିଷର ଦରଦାମ ମଣିଷ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହାକୁ ଧ୍ୟାନରେ ରଖି ଗରିବ ଶ୍ରେଣୀର ଲୋକଙ୍କୁ ଏହି ସୁବିଧା ଦିଆଯାଉଛି। ଏମିତିରେ ରାସନର ବଣ୍ଟନ ପରିବାର ସଦସ୍ୟଙ୍କ ସଂଖ୍ୟା ଆଧାରରେ କରାଯାଏ।

ଏବେ ସରକାରୁ ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ସମସ୍ତ କାର୍ଡ ଧାରକଙ୍କୂ ପୂର୍ବ ଅପେକ୍ଷା ଅଧିକ ରାସନ ମିଳିବ। ଲୋକଙ୍କୁ ଏବେ ୧୩୫ରୁ ୧୫୦ କିଲୋ ପ୍ରତି ଚାଉଳ ଅଧିକ ମିଳିବ। ଏହି ପରିବର୍ତ୍ତନ ସମସ୍ତଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଯେଉଁମାନଙ୍କୁ ୩୫ କିଲୋ ମାଗଣାରେ ଚାଉଳ ମିଳିଥିଲା ସେମାନଙ୍କୁ ଏବେ ୧୩୫ କିଲୋ ଚାଉଳ ମିଳିବ। ସେମିତି କିଛି ଧାରକଙ୍କୁ ୧୫୦ କିଲୋ ମାଗଣା ଚାଉଳ ମିଳିବ। ତେବେ ସରକାର ଏହାକୁ ନେଇ କିଛି ସର୍ତ୍ତ ବି ରଖିଛନ୍ତି।

ତେବେ ସରକାର ଏହି ଘୋଷଣା କେବଳ ଛତିଶଗଡ଼ ରାଜ୍ୟ ପାଇଁ ଲାଗୁ କରିଛନ୍ତି। ବିପିଏଲ କାର୍ଡଧାରକଙ୍କ ଏଥିପାଇଁ ଛତିଶଜଗଡ଼ରାଜ୍ୟର ଅଧିବାସୀ ହୋଇଥିବା ଜରୁରୀ। ଏମିତିରେ ୪୫ କିଲୋରୁ ୧୩୫ କିଲୋ ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ଏହା ବ୍ୟତିତ ରାଜ୍ୟର ପ୍ରାଥମିକତା ରାସନ କାର୍ଡ଼ ଧାରକଙ୍କୁ ୧୫ କିଲୋରୁ ଆରମ୍ଭ କରି ୧୫୦ କିଲୋ ପର୍ଯ୍ୟନ୍ତ ବିତରଣ କରାଯିବ।

ସୂଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ତରଫରୁ ମାଗଣା ରାସନ ବିତରଣ ଅକ୍ଟୋବର ମାସରୁ ହେବାର ଥିଲ।। ଏବେ ପର୍ଯ୍ୟନ୍ତ କିନ୍ତୁ ତାହା ହୋଇନାହିଁ। ଏବେ ଛତିଶଗଡ଼ ସରକାର ନିଜ କାର୍ଡ ଧାରକଙ୍କ ପାଇଁ ୧ ୫ ରୁ ୧୫୦ କିଲୋ ଚାଉଳ ଦେବେ ମାଗଣାରେ.. ପ୍ରକୃତରେ କେନ୍ଦ୍ର ସରକାର ଦୁଇ ମାସରେ ଅତିରିକ୍ତ ଚାଉଳ ଯୋଡ଼ିବାର ଯୋଜନା ପାଇଁ ଏହାର ବିତରଣ ଏତେ ମାତ୍ରାରେ ସମ୍ଭବ ହୋଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.