Below header

ଓଡ଼ିଶା ଅଲିମ୍ପିକ୍‌ ସଂଘ ଓଡ଼ିଆ ଅଲିମ୍ପିଅନ୍‌ଙ୍କ ପାଇଁ ଘୋଷଣା କଲା ଅର୍ଥ ପୁରସ୍କାର

କଟକ(କେନ୍ଯୁଜ୍) : ଓଡିଆ ଅଲିମ୍ପିଆନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନର ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ଯ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ୬ ଜଣ ଓଡିଆ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି ।

ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ମହିଳା ହକିରେ ଦୀପଗ୍ରେସ୍ ଏକ୍କା, ନମିତା ଟପୋ ରହିଛନ୍ତି। ଆଥଲେଟିକ୍ସରେ ଦୂତୀ ଚାନ୍ଦ ଏବଂ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାଗ ନେବେ। ଆସନ୍ତା ଜୁଲାଇ ୨୩ ତାରିଖରୁ ଜାପାନର ଟୋକିଓ ଠାରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.