ଅଲମ୍ପିକ୍‌ ପାଇଁ ଟୋକିଓରେ ପହଞ୍ଚିଲେ ଭାରତୀୟ ଖେଳାଳି, କରାଗଲା ଏମିତି ଭବ୍ୟ ସ୍ୱାଗତ

ଅଲମ୍ପିକ୍‌ରେ ଦେଶର ନାଁ ଉଜ୍ୱଳ କରିବା ପାଇଁ ଭାରତୀୟ ଦଳର ୮୮ ଜଣିଆ ବ୍ୟାଚ୍‌ ରବିବାର ଦିନ ଟୋକିଓରେ ପହଞ୍ଚିଛନ୍ତି। ଭାରତର ୨୨୮ ସଦସ୍ୟ ଦଳ ଅଲମ୍ପିକରେ ଭାଗ ନେବେ, ସେଥିରେ ମୋଟ୍‌ ୧୧୯ ଜଣ ଖେଳାଳି ସାମିଲ ଅଛନ୍ତି।

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଆୟୋଜିତ ଖେଳ ପାଇଁ ଭାରତର ୮ ତୀରନ୍ଦାଜ, ବ୍ୟାଡମ୍ୟାଣ୍ଟନ୍‌, ଟେବୁଲ ଟେନିସ୍‌, ହକି, ଜୁଡ଼ୋ, ଜିମ୍ନାଷ୍ଟିକ୍‌, ଭାରୋତ୍ତୋଳନ ଓ ସୁଇମିଂର ଖେଳାଳି, ସହଯୋଗୀ ଷ୍ଟାଫ୍‌ ଓ ଅଧିକାରୀ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଜାପାନର ରାଜଧାନୀଠାରେ ପହଞ୍ଚିଥିଲେ।


ବିମାନବନ୍ଦରରେ କୁରୋବେ ସହରର ପ୍ରତିନିଧି ଦଳ ଭାରତୀୟ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ତାଙ୍କ ହାତରେ ସ୍ୱାଗତ ବ୍ୟାନର ଥିଲା। ସେଥିରେ ଲେଖାଥିଲା, କୁରୋବେ ଭାରତୀୟ ଖେଳାଳିଙ୍କୁ ସମର୍ଥନ କରୁଛି #Cheer4India । ପ୍ରକାଶ ଯେ ଜୁଲାଇ ୨୩ରେ ଅଲମ୍ପିକ ମ୍ୟାଚ୍‌ ଆରମ୍ଭ ହେବ। ଏଣୁ ସବୁ ଦେଶର ଖେଳାଳି ଓ ପ୍ରତିନିଧି ଦଳ ଟୋକିଓରେ ପହଞ୍ଚୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.