Below header

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଓଡିଶା ଓମେନ ଫୁଟବଲ ଲିଗ୍, ଉନ୍ମୋଚନ ହେଲା ଜର୍ସି

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଓଡିଶା ଓମେନ ଫୁଟବଲ ଲିଗ। ଏହା ପୂର୍ବରୁ ଆଜି ଓଡିଶା ଓମେନ ଫୁଟବଲ ଲିଗର ଜର୍ସି ଉନ୍ମୋଚନ କରାଯାଇଛି। ଏଥିରେ ମୋଟ ୬ଟି ଟିମ୍‌ ଭାଗ ନେବେ। ୩୦ଟି ମ୍ୟାଚ ଖେଳାଯିବ। ସ୍ପୋର୍ଟ ହଷ୍ଟେଲ, ସାଇ- ଏସଟିସି, ଓଜିପି କ୍ଲବ, ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟ କୋଷ୍ଟ ରେଲୱେ ଓ ଓଡ଼ିଶା ପୋଲିସ ଦଳ ଭାଗ ନେବେ।

ପ୍ରତି ଟିମ ଦୁଇଟି ଲେଖାଏ ମ୍ୟାଚ ଖେଳିବେ। ବିଜୟୀ ଟିମ ଇଣ୍ଡିଆନ ଓମେନ ଲିଗ ପାଇଁ ମନୋନୀତ ହେବେ। କଳିଙ୍ଗ ଷ୍ଟାଡିଅମ ଓ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ ମ୍ୟାଚ। ମାର୍ଚ୍ଚ ୨୭ ତାରିଖ ଯାଏ ଏହି ଲିଗ ଚାଲିବ। ଓଡିଶା ଫୁଟବଲ ଆସୋସିଏସନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଉଛି। ଜର୍ସି ଉନ୍ମୋଚନ ଅବସରରେ ଇଣ୍ଡିଆନ ଓମେନ ଲିଗ ଭୁବନେଶ୍ୱରରେ ଆୟୋଜନ ପାଇଁ ଚେଷ୍ଟା କରାଯାଉଥିବା କ୍ରୀଡା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.