ଟ୍ୱିଟର ସିଇଓ ଓ କଙ୍ଗନାଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ, କାହିଁକି ଜାଣନ୍ତୁ

ବଲିଉଡ ଆକ୍ଟ୍ରେସ କଙ୍ଗନା ରାଣାୱତ ନିଜ ବୟାନ ବାଜିକୁ ନେଇ ସାଧାରଣତଃ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି ଥରେ ଏକ ଟ୍ୱିଟକୁ ନେଇ ଜୋର ଧରିଛି ଆଲୋଚନା । ଏଥର କିନ୍ତୁ ଟ୍ୱିଟର ସିଇଓଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଖୋଲା ବଜାରରେ ତାଙ୍କୁ ଟିପ୍ପଣୀ କରିଛନ୍ତି | ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଜଣେ ପ୍ରଶଂସକ ଟ୍ୱିଟରରେ କଙ୍ଗନାଙ୍କୁ ପ୍ରଶ୍ନ କରିଥିଲେକି, ” ଆପଣଙ୍କୁ କଣ ଟ୍ୱିଟରରେ ବ୍ୟାନ କରିଦିଆ ଯାଇଛି” । ଏହାର ଜବାବରେ କଙ୍ଗନା କହିଥିଲେକି, ମୋତେ ଚାଚା ଜ୍ୟାକ ଆଉ ତାଙ୍କ ଟିମ ଡରୁଛନ୍ତି । ସେ ମୋତେ ଖାଲି ଡ଼ରେଇବେ ସିନା କିନ୍ତୁ କେବେ ସସ୍ପେଣ୍ଡ କରିପାରିବେ ନାହିଁ । ଆଉ ମୁଁ ତାଙ୍କୁ ପ୍ରତିଦିନ ଏମିତି ବାରମ୍ବାର ଇନ୍ସଲଟ କରିବାକୁ ଦେବିନାହିଁ । ମୁଁ ଫଲୋଅର୍ଶ ପାଇବାକୁ ଏଠିକି ଆସିନାହିଁ । ମୁଁ ରାଷ୍ଟ୍ରକୁ ପ୍ରମୋଟ କରିବାକୁ ହିଁ ଟ୍ୱିଟର ବ୍ୟବହାର କରିଥାଏ ।

କହିରଖିବା ଉଚିତ ହେବକି, ଟ୍ୱିଟରରେ କଙ୍ଗନାଙ୍କର ଗୋଟେ ବି ଫଟୋ ନାହିଁ । କେବଳ ତାଙ୍କୁ ଫଲୋ କରୁଥିବା ଲୋକେ ହିଁ ତାଙ୍କୁ ଦେଖିପାରିବେ । ଟ୍ୱିଟର ତରଫରୁ ହିଁ ଏହି ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଦେବା ଉଚିତ ହେବକି, ଏହି ପ୍ରତିବନ୍ଧକ କେବଳ ମାତ୍ର ସେହି ୟୁଜର ମାନଙ୍କ ଉପରେ ଲଗାଯାଇଥାଏ ଯେଉଁମାନେ ଟ୍ୱିଟର ଯୋଗେଁ ଭଡକେଇବା ଭଳି ବିବୃତି ଦେଇଥାନ୍ତି । ଏଥିପାଇଁ ଟ୍ୱିଟର ତରଫରୁ କିଛି ନୀତି ନିୟମ ଜାରି କରାଯାଇଛି । ଯାହାକୁ ନେଇ କଙ୍ଗନା ଟ୍ୱିଟର ସିଇଓ ଜ୍ୟାକ ଡୋର୍ଶୀଙ୍କୁ ଟାର୍ଗେଟ କରିଥିଲେ । କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟରରେ କଙ୍ଗନା ନିଜ ମନ୍ତବ୍ୟ ରଖିବା ପରେ ହିଁ ଟ୍ୱିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ଅନେକ ଥର କୃଷକଙ୍କ ବିରୋଧରେ ଆଉ କେନ୍ଦ୍ର ସରକାରଙ୍କ ସପକ୍ଷରେ ଟ୍ୱିଟ କରିଥିଲେ କଙ୍ଗନା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.