ବନାନ୍ତୁ କଞ୍ଚା ଲଙ୍କା ଖଟ୍ଟା ମିଠା ଆଚାର, ମିନିଟରେ ହେବ ପ୍ରସ୍ତୁତ
ଆମ ଭାରତୀୟ ଭୋଜନରେ ଆଚାରର ବହୁତ ବଡ ଭୂମିକା ରହିଛି। କାହିଁକିନା ଏହା ଆମ ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇଦିଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କଞ୍ଚା ଲଙ୍କାର ଖଟ୍ଟା ମିଠା ଆଚାର ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- କଞ୍ଚା ଲଙ୍କା ୨୫୦ ଗ୍ରାମ
- ୧/୪ କପ୍ ସୋରିଷ ତେଲ
- ୧/୪ କପ୍ ଜିରା ପାଉଡର
- ୧/୪ କପ୍ ଧନିଆ ପାଉଡର
- ଲୁଣ ସ୍ୱାଦାନୁସାରେ
- ୧/୨ କପ୍ ଭିନେଗାର
- ୧/୨ କପ୍ ଗୁଡ
ପ୍ରସ୍ତୁତି ପ୍ରଣାଳୀ
କଞ୍ଚା ଲଙ୍କାର ଖଟା ମିଠା ଆଚାର ପାଇଁ ପ୍ରଥମେ ଲଙ୍କାକୁ ଭଲଭାବେ ଧୋଇ ଏକ କପଡାରେ ଭଲଭାବେ ପୋଛି ରଖନ୍ତୁ। ଯାହାଦ୍ୱାରା ଏହାର ପାଣି ସୁଖିଯିବ। ଏହାପରେ ଲଙ୍କାକୁ ମଝିରେ ଦୁଇ ବରାବର ଭାଗରେ କାଟି ଦିଅନ୍ତୁ।
ଏବେ ଏକ ପାତ୍ରରେ ଭିନେଗାର ଏବଂ ଗୁଡକୁ ମିଶାନ୍ତୁ ଏବଂ ଆଞ୍ଚ ଉପରେ ବସାନ୍ତୁ। ଏହା ସମ୍ପୂର୍ଣ୍ଣ ମିଳେଇବା ପର୍ୟ୍ୟନ୍ତ ଚଲାନ୍ତୁ। ଏବେ କଡାରେ ତେଲ ପକାଇ ଆଞ୍ଚରେ ଗରମ କରିନିଅନ୍ତୁ। ଏହାପରେ ଏଥିରେ କଟା ହୋଇଥିବା କଞ୍ଚା ଲଙ୍କାକୁ ପକାଇଦିଅନ୍ତୁ ଏବଂ ଆଞ୍ଚକୁ ହାଇ କରିଦିଅନ୍ତୁ। ଯାହାଦ୍ୱାରା ମସଲା ଭଲଭାବେ ଲଙ୍କା ସହିତ ମିଶିଯିବ।
ଏବେ ଏଥିରେ ଗୁଡ ଏବଂ ଭିନେଗାରରେ ପ୍ରସ୍ତୁତ କରି ରଖିଥିବା ଘୋଳକୁ ମିଶାନ୍ତୁ। ଏହାପରେ ଏହା ଫୁଟି ଆସିଲା ପରେ ଏହାକୁ ଚଲାନ୍ତୁ। ଏହାପରେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କା ପ୍ରସ୍ତୁତ ହୋଇଯାଇଛି ଖଟ୍ଟା-ମିଠା ଆଚାର। ଆପଣ ଏହାକୁ ପରଟା, ପୁରି କିମ୍ବା ଭାତ ସହିତ ମଧ୍ୟ ଖାଇପାରିବେ। ଆପଣ ଚାହିଁବେ ତ ଏହାକୁ ଏୟାର ଟାଇଟ୍ କଣ୍ଟେନରରେ ରଖି ବହୁତ ଦିନ ପର୍ୟ୍ୟନ୍ତ ଷ୍ଟୋର କରିପାରିବେ।