ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନ ବକ୍ସର, ଏବେ ଫେରାର

ପାକିସ୍ତାନର ୫ ସଦସ୍ୟ ବିଶିଷ୍ଟ ଟିମ ସହିତ ରାଶିଦ ଇଟାଲି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ । ଏହି ସମୟରେ ଜୋହେବ ମହିଳା ସାଥି ଖେଳାଳି ଲୌରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ । ଏହାପରେ ଟିମ୍‌ ଛାଡି ସେ କେଉଁଆଡେ ଫେରାର ହୋଇଯାଇଛନ୍ତି ।

ଅର୍ଥ କାଙ୍ଗାଳ ପାକିସ୍ତାନ ସବୁବେଳେ ଅଜବ କାରନାମା ପାଇଁ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଏମିତି ଘଟଣା ପାଇଁ ପାକିସ୍ତାନ ଲଜ୍ଜିତ ହୋଇଛି । ପାକିସ୍ତାନୀ ବକ୍ସର ଜୋହେବ ରାଶିଦ ଜଣେ ମହିଳା ସାଥି ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବା ଲଜ୍ୟାଜନକ ଘଟଣା ଘଟିଛି । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଖେଳିବା ପାଇଁ ପାକିସ୍ତାନର ୫ ସଦସ୍ୟ ବିଶିଷ୍ଟ ଟିମ୍ ଇଟାଲି ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନର ୫ ସଦସ୍ୟ ବିଶିଷ୍ଟ ଟିମ ସହିତ ରାଶିଦ ଇଟାଲି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ । ଏହି ସମୟରେ ଜୋହେବ ମହିଳା ସାଥି ଖେଳାଳି ଲୌରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ । ଏହାପରେ ଟିମ୍‌ ଛାଡି ସେ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏହା ଦେଶ ଏବଂ ବକ୍ସିଂ ଫେଡେରେସନ ପାଇଁ ଲଜ୍ୟାଜନକ ବୋଲି ପାକିସ୍ତାନ ବକ୍ସିଂ ଫେଡେରେସନର ସେକ୍ରେଟାରୀ କର୍ନଲ ନାସିର ଅହମଦ କହିଛନ୍ତି ।

ଜୋହାବଙ୍କ ସାଥି ମହିଳା ଖେଳାଳି ଟ୍ରେନିଂ ପାଇଁ ବାହାରକୁ ଯାଇଥିଲେ । ଏହାପରେ ସେ ହୋଟେଲ ରିସେପ୍ସନ ପାଖରୁ ରୁମ୍‌ ଚାବି ନେଇ ତାଙ୍କ ପର୍ସରୁ ଚୋରି କରିଥିଲେ । ଏ ବାବଦରେ ପୋଲିସକୁ ସୂଚନା ଦିଆଯାଇଛି । ମାତ୍ର ରାଶିଦଙ୍କର କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି । ପୋଲିସ ତାଙ୍କୁ ଧରିବା ପାଇଁ ଖୋଜୁଛି ।

ଜୋହାବ ଗତବର୍ଷ ଏସିଆ ବକ୍ସିଂ ଚାମ୍ପିଅନସିପରେ ପାକିସ୍ତାନ ପାଇଁ ବ୍ରୋଞ୍ଜ ଜିତିଥିଲେ । ବ୍ରୋଞ୍ଜ ଜିତିବା ପରେ ଜୋହାବଙ୍କୁ ପାକିସ୍ତାନରେ ପ୍ରଶଂସା କରାଯାଉଥିଲା । କିନ୍ତୁ ଏଭଳି କାରନାମା କରିବା ପରେ ପାକିସ୍ତାନର ମୁଣ୍ଡ ତଳକୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.