ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଟିମ୍ ଇଣ୍ଡିଆର ଏହି ସ୍ପିନର କ୍ରିକେଟର ସବୁ ଫର୍ମାଟ୍ରୁ ଅବସର ନେଇଥିବା ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଟ୍ଵିଟର ପେଜ୍ରେ ଦୁଇ ପେଜ୍ର ପୋଷ୍ଟ କରିଛନ୍ତି ପ୍ରଜ୍ଞାନ । ଏଥିରେ ପୂର୍ବତନ ଅଧିନାୟକ ଓ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୦୦୮ ମସିହାରେ ବାଂଲାଦେଶ ବିରୋଧରେ ସେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୧୩ ପର୍ଯ୍ୟନ୍ତ ଭାରତୀୟ ଟିମ ପାଇଁ ତିନିଟି ଫର୍ମାଟରେ ପାରଦର୍ଶିତା ଦେଖାଇଥିଲେ । ୨୦୧୩ରେ ସେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଶେଷ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚ୍ରେ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା । ଏହି ମ୍ୟାଚ୍ ସଚିନ୍ ତେନ୍ଦୁଲକରଙ୍କ ଶେଷ ମ୍ୟାଚ୍ ଥିଲା । ୨୪ଟି ଟେଷ୍ଟରୁ ୧୧୩ଟି ଓ୍ଵିକେଟ୍ ନେଇଥିବା ବେଳେ ଦିନିକିଆରେ ୧୮ଟି ମ୍ୟାଚ୍ ଖେଳି ୨୧ଟି ଓ୍ଵିକେଟ୍ ନେଇଛନ୍ତି ।