Below header

ଏସିଆ କପ ୨୦୨୩: ଫ୍ୟାନ୍ସଙ୍କ ଉତ୍କଣ୍ଠାରେ ଲଗାଇପାରେ ବ୍ରେକ, ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବର୍ଷା ଆଶଙ୍କା

ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ ଭାରତ-ପାକିସ୍ତାନ ମ୍ୟାଚ । କାଣ୍ଡି ଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଦିନ ବଜ୍ରପାତ ସହ ପ୍ରବଳ ବର୍ଷାର ୯୦ ପ୍ରତିଶତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଶ୍ରୀଲଙ୍କାର କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଲଢ଼େଇ ଉପଭୋଗ କରିବା ପାଇଁ ସମସ୍ତଙ୍କର ଅପେକ୍ଷା । ମାତ୍ର ଏହି ମ୍ୟାଚ ପାଇଁ ବର୍ଷା ଆଶଙ୍କା ରହିଛି ।

ସେପ୍ଟେମ୍ବର ୨ ତାରିଖକୁ ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା । ଦୀର୍ଘ ବ୍ୟବଧାନରେ କ୍ରିକେଟ୍ ମଇଦାନରେ ଲଢ଼େଇ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କର । ସବୁଠି ମ୍ୟାଚକୁ ନେଇ ଉତ୍ସାହ । ତେଣୁ ଶ୍ରୀଲଙ୍କା କାଣ୍ଡିରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପ୍ରବଳ ଉତ୍କଣ୍ଠା ରହିଛି । ତେବେ ଏଇ ଉତ୍କଣ୍ଠାରେ ବ୍ରେକ୍ ଲଗାଇପାରେ ବର୍ଷା । କାଣ୍ଡି ଠାରେ ସେପଟେମ୍ବର ୨ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଦିନ ବଜ୍ରପାତ ସହ ପ୍ରବଳ ବର୍ଷାର ୯୦ ପ୍ରତିଶତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଏଠାରେ ବର୍ଷା ହେବା ଯୋଗୁଁ ଏବେ ଆଉଟ୍ ଫିଲଡ୍ ଓଦା ରହିଛି ।

ଏସିଆ କପର ୪ଟି ମ୍ୟାଚ୍‌ ପାକିସ୍ତାନ ଏବଂ ୯ଟି ଶ୍ରୀଲଙ୍କାରେ ଖେଳାଯିବ । ଟିମ୍‌ ଇଣ୍ଡିଆ ସେପ୍ଟେମ୍ବର ୨ ତାରିଖରୁ ମ୍ୟାଚ ଖେଳିବ । ପ୍ରଥମେ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ହେବ । ଭାରତୀୟ ଟିମ ଖୁବଶୀଘ୍ର ଏଥିପାଇଁ ଶ୍ରୀଲଙ୍କା ଗସ୍ତ କରିବ ।

ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।
ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ବ୍ୟାକ୍‌ଅପ୍‌)
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.