ଇନଷ୍ଟାଗ୍ରାମ ଆଣୁଛି ନୂଆ ଫିଚର, କ୍ରିଏଟର୍ସ ଏଭଳି କରିବେ ଷ୍ଟୋରୀକୁ ସପୋର୍ଟ

ଆଇଜି ଅପଡେଟ୍ସ ଚ୍ୟାନେଲର ଏକ ପୋଷ୍ଟରେ ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ କହିଛନ୍ତି ଯେ କ୍ରିଏଟର୍ସଙ୍କ ଆକର୍ଷଣୀୟ କମେଣ୍ଟକୁ ହାଇଲାଇଟ୍ କରିବାକୁ ଆମେ ସହଜ କରିବାକୁ ଚାହୁଁଛୁ । ଏହି ଫିଚର ସାହାଯ୍ୟରେ କଣ୍ଟେଟ କ୍ରିଏଟର୍ସ ନିଜ ଷ୍ଟୋରୀର କମେଣ୍ଟକୁ ହାଇଲାଇଟ କରିପାରିବେ । କମ୍ପାନୀ ଏହି ଫିଚରକୁ ନେଇ ଟେଷ୍ଟିଙ୍ଗ କରୁଛି ।

ଫଟୋ ସେୟାରିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ସାହାଯ୍ୟରେ କଣ୍ଟେଟ କ୍ରିଏଟର୍ସ ନିଜ ଷ୍ଟୋରୀର କମେଣ୍ଟକୁ ହାଇଲାଇଟ କରିପାରିବେ । କମ୍ପାନୀ ଏହି ଫିଚରକୁ ନେଇ ଟେଷ୍ଟିଙ୍ଗ କରୁଛି । ଆଇଜି ଅପଡେଟ୍ସ ଚ୍ୟାନେଲର ଏକ ପୋଷ୍ଟରେ ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ କହିଛନ୍ତି ଯେ କ୍ରିଏଟର୍ସଙ୍କ ଆକର୍ଷଣୀୟ କମେଣ୍ଟକୁ ହାଇଲାଇଟ୍ କରିବାକୁ ଆମେ ସହଜ କରିବାକୁ ଚାହୁଁଛୁ । ରିପୋର୍ଟ ଅନୁଯାୟୀ, ମୋସେରୀ ଆହୁରି ମଧ୍ୟ କହିଛନ୍ତି ଯେ ପବ୍ଲିକ ଆକାଉଣ୍ଟ ପାଇଁ କୌଣସି ପବ୍ଲିକ ଫିଡ ପୋଷ୍ଟ କିମ୍ବା ରିଲ୍ସର କମେଣ୍ଟକୁ ସେମାନଙ୍କ ଷ୍ଟୋରୀରେ ସେୟାର କରିବାର କ୍ଷମତା ପାଇଁ ଟ୍ରାଏଲ କରାଯାଉଛି ।

ଖବର ଅନୁଯାୟୀ, କୁହାଯାଇଛି ଯେ ଏହି ଫିଚରର ଟ୍ରାଏଲରେ ଅଂଶ ଗ୍ରହଣ କରୁଥିବା ପ୍ରଡ୍ୟୁସର କୌଣସି କମେଣ୍ଟକୁ ସ୍ୱାଇପ୍ କରି Add to story icon ଉପରେ ଟ୍ୟାପ୍ କରି ଏହାକୁ ହାଇଲାଇଟ୍ କରିପାରିବେ। ଷ୍ଟୋରୀ ଫିଡରେ, କମେଣ୍ଟ ଗୁଡିକ ରିଏଲ ପୋଷ୍ଟ ସହିତ ଦେଖାଯିବ । କିନ୍ତୁ ମୋସେରୀ ଫିଚରକୁ ପବ୍ଲିକ ରୋଲଆଉଟ କିମ୍ବା ଟ୍ରାଏଲ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି । ଇନଷ୍ଟାଗ୍ରାମ ଏକ ଫିଚର ଉପରେ କାମ କରୁଛି ଯାହା ୟୁଜର୍ସଙ୍କୁ ଅଡିଓ ନୋଟ୍ ତିଆରି କରିବାକୁ ସୁବିଧା ଦେବ ।

ଫିଚରକୁ ନେଇ ଇନଷ୍ଟାଗ୍ରାମ ମୁଖ୍ୟ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ସର୍ବସାଧାରଣରେ କିଛି ପରୀକ୍ଷା କରିବା ଆରମ୍ଭ କରିନାହୁଁ, କିନ୍ତୁ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର କରିବାକୁ ଅଡିଓ ନୋଟ୍ ତିଆରି କରିବାର କ୍ଷମତା ଉପରେ କାର୍ଯ୍ୟ କରୁଛୁ । ମେଟା ପ୍ରଥମେ ଡିସେମ୍ବର ୨୦୨୨ରେ ଇନଷ୍ଟାଗ୍ରାମରେ ନୋଟ୍ସ ଆଣିଥିଲା, ଯାହା ୟୁଜରମାନଙ୍କୁ ସେମାନଙ୍କର ଚିନ୍ତାଧାରା ସେୟାର କରିବାରେ ସାହାଯ୍ୟ କରିଥିଲା । ଯେତେବେଳେ ମେଟା ନୋଟ୍ସ ରୋଲଆଉଟ କରିଥିଲା, ଏହା କହିଥିଲା ଯେ ଫିଚର ଦ୍ୱାରା ୟୁଜରମାନଙ୍କୁ କେବଳ ଟେକ୍ସଟ ଏବଂ ଇମୋଜି ବ୍ୟବହାର କରି ୬୦ଟି ଅକ୍ଷରର ଛୋଟ ପୋଷ୍ଟ ତିଆରି କରିବାକୁ ଅନୁମତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.