ସେପ୍ଟେମ୍ବର ୨୧ ରେ ବାଚସ୍ପତି ନିର୍ବାଚନ, ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ବାଚସ୍ପତି ନିର୍ବାଚନ ପାଇଁ ୧୮ରେ ନାମାଙ୍କନ ଦାଖଲ । ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ। ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ।

ଭୁବନେଶ୍ୱର (କେନ୍ୟୁଜ୍)  : ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ। କିଏ ହେବେ ବାଚସ୍ପତି ? ବାଚସ୍ପତି ନିର୍ବାଚନ ପାଇଁ ୧୮ରେ ନାମାଙ୍କନ ଦାଖଲ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୧ ତାରିଖର ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ।

ସେହିପରି ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏ ଚାଲିବ ଅଧିବେଶନ । ୩ ତାରିଖରେ ଅତିରିକ୍ତ ବଜେଟ୍ ଆଗତ ହେବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.