ଆଇପିଏଲ ଉପରେ କରୋନା ପ୍ରଭାବ, ଅକ୍ଷର ପଟେଲଙ୍କ ପରେ RCB ର ଦେବଦତ୍ତ ପାଡିକଲଙ୍କୁ କରୋନା

ଆଇପିଏଲ ସିଜିନ ୧୪ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି। ଆଉ ମାତ୍ର ୫ ଦିନ ବାକି ରହିଥିବା ଏହି ମହାକୁମ୍ଭ ପୂର୍ବରୁ କରୋନା ବିପଦ ବଢିବାରେ ଲାଗିଲାଣି । ପ୍ରଥମେ ଦିଲ୍ଲୀ କ୍ଯାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ ଆଉ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ଖେଳାଳି ଦେବଦତ୍ତ ପାଡିକଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୦ ବର୍ଷୀୟ ପାଡିକଲଙ୍କୁ ଆରସିବି ସ୍କ୍ୱାର୍ଡରୁ ଅଲଗା କରି ଦିଆଯାଇଛି । ତାଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ।

ଦେବଦତ୍ତ କରୋନା ଚିହ୍ନଟ ହେବା ପରେ ଏବେ ଆରସିବିକୁ ବଡ ଝଟକା ଲାଗିଛି । ଏହାପୂର୍ବରୁ କେକେଆରର ନୀତିଶ ରାଣା ମଧ୍ୟ ପଜିଟିଭ୍ ହୋଇଥିଲେ । ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଦଳ ସହ ସାମିଲ ହୋଇଛନ୍ତି । ଦେବଦତ୍ତ ଚଳିତ ଥର ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । ସେ ୭ଟି ମ୍ୟାଚରୁ ୧୪୭.୪ ଆଭରେଜରେ ୭୩୭ ରନ୍ କରିଥିଲେ । ଏଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.