Below header

ଛତିଶଗଡ ସୁକୁମାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ: ୧୪ ମୃତ ଦେହ ଉଦ୍ଧାର, ୨୧ ଯବାନ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ସୁକୁମା ଏନକାଉଣ୍ଟର ଘଟଣାରେ ୧୪ ମୃତ ଦେହ ଉଦ୍ଧାର । ଘଟଣା ପରେ ୨୧ ଯବାନ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୭ଜଣ CRPF ଯବାନ । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ପ୍ରାୟ ୩୦ଜଣ ଯବାନ ଆହତ ହୋଇଛନ୍ତି । ୨୩ ଜଣ ଆହତ ଯବାନଙ୍କୁ ବିଜାପୁର ହସ୍ପିଟାଲ ଓ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ଓ୍ଵାଘେଲଙ୍କ ସହ କଥା ହୋଇଛନ୍ତି ।

jawan

ସିଆରପିଏଫ୍‌ ଡିଜିଙ୍କୁ ଛତିଶଗଡ଼ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ଗତକାଲି ଛତିଶଗଡ଼ ସୁକମା ଆଣ୍ଟି ମାଓଇଷ୍ଟ ଅପରେସନ୍‌ ବେଳେ ନକ୍ସଲ-ପୋଲିସ ଗୁଳିବିନିମୟ ହୋଇଥିଲା । ତରିମ ଅଞ୍ଚଳରେ ସିଆରପିଏଫ୍‌ କୋବ୍ରା ବାହିନୀ, ଡିଆରଜି ଓ ଏସଟିଏଫ୍‌ ବାହିନୀର ମିଳିତ ଅପରେସନ୍‌ ବେଳେ ଯବାନଙ୍କ ଉପରକୁ ମାଓବାଦୀ ଗୁଳିମାଡ଼ କରିଥିଲେ । ପାଲଟା ଜବାବ ଦେଇଥିଲେ ମିଳିତ ବାହିନୀ । ୪ ଘଣ୍ଟା ଚାଲିଥିଲା ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.