ବେଆଇନ ଭାବେ ଗଢାଯାଉଥିବା ଇଟା ଭାଟି ଉପରେ କିଏ ଉଡାଇଲା ତ୍ରିରଙ୍ଗ ପତାକା ?

ଆନନ୍ଦପୁର(କେନ୍ୟୁଜ୍): ବେନିୟମ ଭାବେ ତିଆରି ହୋଇଛି ଇଟା ଭାଟି ଆଉ ତା ଉପରେ ଲଗାଯାଇଛି ଜାତୀୟ ପତାକା। ଜାତୀୟ ପତାକାକୁ ଏଭଳି ସମ୍ମାନ ଆପଣ କେଉଁଠାରେ ବି ଦେଖିନଥିବେ। ଏଭଳି ଦୃଶ୍ୟ ସାମ୍ନା କୁ ଆସିଛି ଆନନ୍ଦପୁର ଉପଖଣ୍ଡ ଶାଳବଣି ଗାଁ ରେ। ଅନେକ ସମୟରେ ଏହି ସ୍ଥାନରେ ଅନିୟମିତତା ଭାବେ ଇଟା ଗଢ଼ା ହେଉଥିବାର ଅଭିଯୋଗ ହୋଇଆସୁଛି।

ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି। କିନ୍ତୁ ଏକ ବେଆଇନ ଭାବେ ଗଢା ହୋଇଥିବା ଇଟାଭାଟି ଉପରେ ଦେଶର ଜାତୀୟ ପତାକା ଉଡାଇବା କେତେଦୂର ଠିକ ତାହା ଆପଣ ବିଚାର କରିବେ। ଏଦୃଶ୍ୟ ନିଶ୍ଚିତ ଭାବେ ଦେଶପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ। ଏଭଳି କରି  ଜାତୀୟ ପତାକାକୁ  ଅସମ୍ମାନୀତ ନକରିବା  ପାଇଁ  ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି।

Leave A Reply

Your email address will not be published.