Below header

ଦିଲ୍ଲୀର ରୁଡ୍ଡକୀରେ ରିଷଭ ପନ୍ଥଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ମୁଣ୍ଡ,ଗୋଡ ଓ ହାତରେ ଲାଗିଛି ଗଭୀର ଆଘାତ

କେନ୍ୟୁଜ୍: କ୍ରିକେଟର ରିଷଭ ପନ୍ଥ ଗୁରୁତର ଆହତ । ଦିଲ୍ଲୀର ରୁଡ୍ଡକୀରେ ରିଷଭ ପନ୍ଥଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଘରକୁ ଫେରୁଥିବାବେଳେ ଡିଭାଇଡରରେ ପିଟିହୋଇ ଜଳିଗଲା କାର । ଗୁରୁତର ଅବସ୍ଥାରେ ପନ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଛି ।

ଡାକ୍ତରଙ୍କ ସୂଚନା ମୁତାବକ, ବିଶେଷ କରି ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ରୂଡ୍‌କୀରୁ ଦିଲ୍ଲୀକୁ ରେଫର୍‌ କରାଯାଇଛି। ଏନେଇ ଖବର ପାଇବା ପରେ ଦେହାତ୍‌ର ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍‌ ରାସ୍ତା ମଝିରେ ଥିବା ବାଡ଼ାରେ ସିଧା ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ବହୁ କଷ୍ଟରେ ନିଆଁ ଲିଭାଯାଇଥିଲା। ତୁରନ୍ତ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ସ୍ଥିତ ‘ସକ୍ଷମ ହସ୍ପିଟାଲ୍‌’କୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.