Below header

ରୋହିତଙ୍କ ଶତକ, ଓପ୍‌ନିଂ ଯୋଡ଼ିର ଦୃଢ଼ ବ୍ୟାଟିଂ ଜାରି

ବିଶାଖାପାଟଣା : ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଓପ୍ନର ରୋହିତ ଶର୍ମା ଚମତ୍କାର ଶତକ ହାସଲ କରିଛନ୍ତି । ନିଜର ୨୮ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ରୋହିତଙ୍କର ଇଏ ହେଉଛି ଚତୁର୍ଥ ଶତକ । ସେ ଅନ୍ୟତମ ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ସହ ମିଶି ପ୍ରଥମ ଓ୍ଵିକେଟ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ଯାହା ୪୭ ବର୍ଷର ପୁରୁଣା ରେକର୍ଡ଼କୁ ଭାଙ୍ଗିଛି ।
ଏହି ଦୁଇ ଭାରତୀୟ ଓପ୍ନରଙ୍କ ଆଗରେ ଦକ୍ଷିଣ ଆଫ୍ରିକା ବୋଲିଂ ଆକ୍ରମଣ ପିଲା ଖେଳ ଭଳି ଲାଗୁଛି । ଦୁହେଁ କ୍ରିଜ୍‌ ଉପରେ ପୂରା ଦୃଢ଼ ରହି ବ୍ୟାଟିଂର କରି ଚାଲିଛନ୍ତି । ରୋହିତ ଶତକ ହାସଲ କରି ସାରିଥିବା ବେଳେ ମୟଙ୍କ ଶତକ ଆଡ଼କୁ ଆଗେଇ ଚାଲିଛନ୍ତି । ଶେଷ ଖବର ଅନୁଯାୟୀ ୬୦ ଓଭର ସୁଦ୍ଧା ଚା’ ପାନ ବିରତି ବେଳକୁ ଭାରତ ବିନା କୌଣସି ଓ୍ଵିକେଟ୍‌ ହରାଇ ୨୦୨ ରନ୍‌ କରିଥିଲା । ରୋହିତ ଶର୍ମା ୧୧୫ (୧୨ ଚୌକା ଓ ୫ ଛକା) ଏବଂ ମୟଙ୍କ ଅଗ୍ରଓ୍ଵାଲ ୮୪ ରନ୍‌ (୧୧ ଚୌକା ଓ ୨ ଛକା) କରି ଅପରାଜିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.