ବିଶ୍ବ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ପ୍ରାକ୍ଟିସ୍ ସମୟରେ ଏହି ଷ୍ଟାର୍ ଖେଳାଳିଙ୍କୁ ଲାଗିଲା ଆଘାତ

ବିଶ୍ବ କପ୍ କୁ ରହିଲା ଆଉ ମାତ୍ର କିଛି ଦିନ । କିଏ ଖେଳିବ ଆଉ କିଏ ହେବ ମୈଦାନରୁ ହେବ ବାହାର ? ଏନେଇ ୧୫ ଏପ୍ରିଲରେ ହେବ ଟିମର ଚୟନ । କିନ୍ତୁ ତା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ଲାଗିଛି ଆଘାତ । ମଙ୍ଗଳବାର ପ୍ରାକ୍ଟିସ୍ ସମୟରେ ରୋହିତଙ୍କ ଗୋଡରେ ଆଘାତ ଲାଗିଛି । ଯାହା ଫଳରେ ରୋହିତ୍ ପୀଡାରେ ଚିତ୍କାର କରି ତୁରନ୍ତ ପଡିଆରୁ ବାହାରି ଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ରିପୋର୍ଟ ମୂତାବକ, ମଙ୍ଗଳବାର ସକାଳେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ ପୂର୍ବରୁ ପ୍ରାକ୍ଟିସ୍ ପାଇଁ ମୈଦାନକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା । ତେବେ ପ୍ରାକ୍ଟିସ୍ ସମୟରେ ତାଙ୍କ ଗୋଡରେ ଆଘାତ ଲାଗିବାରୁ ହଠାତ୍ ତଳେ ବସି ଯାଇଥିଲେ । ତେବେ ପଡିଆରୁ ବାହାରକୁ ଯିବା ସମୟରେ ରୋହିତ୍ ନିଜ ଡାହଣ ଗୋଡ ଧରି ଯାଉଥିବାର ଦେଖିବାକୁ ମିଳିଥିଲା । ଏବେ ରୋହିତଙ୍କ ଏପରି ଅବସ୍ଥା ଦେଖି ଚିନ୍ତାରେ ଭାରତୀୟ କ୍ରିକେଟ୍ ଟିମ୍ ଏବଂ ପ୍ରଶଂସକ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ୍ କରି ରୋହିତ୍ ଠିକ୍ ଥିବା ଜଣାଇବାକୁ ଚେଷ୍ଟା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.