ରୋହିତଙ୍କ କାନ୍ଧରେ ଟି-20 ଅଧିନାୟକ ପଦର ଭାର, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ ପରୀକ୍ଷା

ଭାରତୀୟ ଦଳରେ ହେଲା ବଡ ଧରଣର ପରିବର୍ତ୍ତନ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ହେବେ ରୋହିତ ଶର୍ମା । ଉପାଧୀନାୟକ ପଦବୀରେ କେ ଏଲ ରାହୁଲ ରହିବେ ବୋଲି ଜଣାଯାଇଛି । ପୂର୍ବରୁ ବିରାଟ କୋହଲି ଟି-ଟ୍ୱେଣ୍ଟିରୁ ସନ୍ୟାସ ନେବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆସନ୍ତା ୧୭ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ୍ରୁ ରୋହିତଙ୍କ ଅଧିନାୟକତ୍ୱ ଆରମ୍ଭ ହେବ ବୋଲି ଜଣାଯାଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ହିଁ ରୋହିତଙ୍କ ପାଇଁ ପ୍ରକୃତ ପରିକ୍ଷା ହେବ ବୋଲି ବିସିସିଆଇ ତରଫରୁ କୁହାଯାଉଛି ।

ଆହୁରି ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରୁ କୋଚ ଭାବେ ଦାୟିତ୍ୱ ନେବେ ରାହୁଲ ଦ୍ରାଭିଡ଼ । ଦଳରେ କେଉଁ କେଉଁ ମାନେ ରହିବେ ସେନେଇ ବିଚାର ବିମର୍ଷ ଜାରି ରହିଛି | ବିରାଟଙ୍କର ଟି-20 ସିରିଜରେ ଖେଳିବାର ସମ୍ଭାବନା ନାହିଁ ।

କହିରଖିବା ଉଚିତ ହେବକି, ଆସନ୍ତା ନଭେମ୍ବର ୨୫  ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ ପ୍ରଥମ ଟେଷ୍ଟରେ ବିରାଟ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ରୋହିତ ହିଁ ଦଳର ଦାୟିତ୍ୱ ନେବେ । ଟେଷ୍ଟ ଟିମରେ ଅଜିଙ୍କ୍ୟ ରାହାଣେ ଟିମର ଉପାଧୀନାୟକ ପଦରେ ରହିବେ । କିନ୍ତୁ ଡିସେମ୍ବର ୩ ତାରିଖରୁ ଦ୍ଵିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ସମୟରେ ଅଧିନାୟକ ପଦ ସମ୍ଭାଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.