ଛାଡ଼ପତ୍ର ଗୁଜବ! କାହାଣୀରେ ଟ୍ଵିଷ୍ଟ୍‍, ସାନିଆ ମିର୍ଜା ଓ ସାଏବ ମଲ୍ଲିକ ଏକାଠି କରିବେ ନୂଆ ଶୋ’…ଖୁବ୍‌ ଟ୍ରୋଲ କରୁଛନ୍ତି ଲୋକେ

ଗତ କିଛି ଦିନରୁ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ଛାଡ଼ପତ୍ର ଖବର ଖୁବ୍‌ ଭାଇରାଲ ହେଉଛି। କୁହାଯାଉଥିଲା କି, ଉଭୟଙ୍କ ଭିତରେ କିଛି ଠିକ୍‌ ଚାଲୁନାହିଁ ଏବଂ ବହୁତ ଜଲ୍‌ଦି ସେମାନେ ଅଫିସିଆଲି ଭାବେ ଛାଡ଼ପତ୍ର ଘୋଷଣା କରି ପାରନ୍ତି। କିନ୍ତୁ ଏବେ ଏହି କାହାଣୀରେ ଏକ ନୂଆ ମୋଡ଼ ଆସିଯାଇଛି। ବାସ୍ତବରେ, ଏକ ପାକିସ୍ତାନୀ ଓଟିଟି ପ୍ଲାଟଫର୍ମ ଉର୍ଦ୍ଦୁଫ୍ଲିକ୍ସ ପକ୍ଷରୁ ସାନିଆ ମିର୍ଜା ଓ ସୋଏବ ମଲ୍ଲିକଙ୍କ ନୂଆ ଶୋ’ ବିଷୟରେ ଘୋଷଣା କରାଯାଇଛି। ଏହି ଶୋ’ର ପୋଷ୍ଟର ଦେଖିବା ପରେ ଲୋକେ ରାଗି ଯାଇଛନ୍ତି।

ଓଟିଟି ପ୍ଲାଟଫର୍ମ ଉର୍ଦ୍ଦୁଫ୍ଲିକ୍ସ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲା, ଯେଉଁଥିରେ ସୋଏବ ମଲ୍ଲିକ ଓ ସାନିଆ ମିର୍ଜାଙ୍କ ନୂଆ ଶୋ’ ‘ଦ ମିର୍ଜା ମଲ୍ଲିକ ଶୋ’ର ନାମ ଲେଖା ହୋଇଥିଲା। ଗୋଟିଏ ପଟେ ଉଭୟଙ୍କର ଛାଡ଼ପତ୍ର ଖବର ଏବଂ ଅନ୍ୟପଟେ ଦୁହେଁ ମିଶି ଏକାଠି ଶୋ’ କରିବା, ଏ ସବୁ ଦେଖିବା ପରେ ଇଣ୍ଟରନେଟ୍‌ରେ ଲୋକମାନେ ଉଭୟଙ୍କୁ ଖୁବ୍‌ ଗାଳିମନ୍ଦ କରିଛନ୍ତି। ଜଣେ ୟୁଜର ଛାଡ଼ପତ୍ରକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହି ଲେଖିଛନ୍ତି କି, ‘ଏତେ ଦିନରୁ ଦୁହେଁ ଅଲଗା ହେବା ନେଇ ଖବର ଆସୁଥିଲା। ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ ଥିଲା’। ଆଉ ଜଣେ ୟୁଜର ଲେଖିଥିଲେ, ‘ଛାଡ଼ପତ୍ର କେବଳ ପବ୍ଲିସିଟି ଉଦ୍ଦେଶ୍ୟରେ ଥିଲା’।

କହି ରଖୁଛୁ, ଦୁଇଜଣ ଅଲଗା ହେବାର ଖବର ପ୍ରଥମେ ପାକିସ୍ତାନ ମିଡିଆ ରିପୋର୍ଟରେ ହିଁ ସାମ୍ନାକୁ ଆସିଥିଲା। ପାକିସ୍ତାନର ଜିୟୋ ନ୍ୟୁଜ୍‌ର ଏକ ରିପୋର୍ଟରେ ସ୍ପଷ୍ଟ ରୂପେ ଏହି କଥାର ଖୁଲାସା କରାଯାଇଥିଲା କି, ଦୁଇଜଣ ଅଲଗା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ବହୁତ ଜଲ୍‌ଦି ନିଜ ଛାଡ଼ପତ୍ରକୁ ନେଇ ଅଫିସିଆଲ ଘୋଷଣା କରିବେ। ରିପୋର୍ଟରେ ଏହା ବି ସ୍ପଷ୍ଟ କରାଯାଇଥିଲା ଯେ ସେମାନଙ୍କର ଜଣେ ଖାସ୍‌ ସାଙ୍ଗ ଏହି କଥା କହିଥିଲେ। ସାଙ୍ଗ ଜଣଙ୍କ କହିବା ଅନୁସାରେ, ସାନିଆ ଓ ସୋଏବ ଅଲଗା ହେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଏହା ବ୍ୟତୀତ ଆହୁରି ମଧ୍ୟ କୁହାଯାଇଥିଲା କି, ସୋଏବ ମଲ୍ଲିକ, ସାନିଆ ମିର୍ଜାଙ୍କୁ ଧୋକା ଦେଉଛନ୍ତି। ତାଙ୍କର ପାକିସ୍ତାନୀ ସେଲିବ୍ରିଟି ଆୟଶା ଉମରଙ୍କ ସହିତ ଆଫେୟାର ଚାଲିଛି। ସେପଟେ ସୋଏବ ମଲ୍ଲିକ, ସାନିଆ ମିର୍ଜାଙ୍କ ୩୬ତମ ଜନ୍ମଦିନରେ ତାଙ୍କୁ ଇନ୍‌ଷ୍ଟାଗ୍ରାମ ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ଯଦିଓ ଏବେ ଉଭୟଙ୍କ ଛାଡ଼ପତ୍ରକୁ ନେଇ କୌଣସି ବି ପ୍ରକାର ଅଫିସିଆଲ ଘୋଷଣା କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.