୧୭ ବର୍ଷରେ ଜିତିଥିଲେ ମିସ୍‌ ଇଣ୍ଡିଆ ଟାଇଟଲ, ଏବେ କେଉଁଠି ଅଛନ୍ତି ଅଶୀ ଦଶକର ଏହି ବଲିଉଡ ବିଉଟି କୁଇନ୍‌ ମିନାକ୍ଷୀ ଶେଷାଦ୍ରୀ

କେନ୍ୟୁଜ୍‌ : ୮୦ଏବଂ ୯୦ ଦଶକ ଜମାନାର ଚର୍ଚ୍ଚିତ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କ ଜନ୍ମ ଦିନରେ ତାଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା । ଏବେ ମୀନାକ୍ଷୀ ୫୮ ବର୍ଷରେ ପଦାର୍ପଣ କଲେଣି । ମୀନାକ୍ଷୀଙ୍କ ଫିଲ୍ମ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ଦର୍ଶକଙ୍କ ମନରେ ଘର କରିଛନ୍ତି । କିନ୍ତୁ ତାଙ୍କର ବିବାହ ପରଠାରୁ ସେ ଆଉ ଫିଲ୍ମ ଦୁନିଆକୁ ଫେରି ନାହାଁନ୍ତି ।

ମିନାକ୍ଷୀ ଶେଷାଦ୍ରୀଙ୍କ ଅସଲି ନାମ ହେଉଛି ଶଶୀକଳା ଶେଷାଦ୍ରୀ, ସେ ୧୬ ନଭେମ୍ବର ୧୯୬୩ ମସସିହାରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ହୋଇଥିଲେ । ସେ ୪ ପ୍ରକାରର ଶାସ୍ତ୍ରୀୟ ନୃତ୍ୟରେ ପାରଙ୍ଗମ ଥିଲେ ଭାରତନାଟ୍ୟମ୍‌, କୋଚୀପୁଡ଼ି, କତ୍ଥକ ଏବଂ ଓଡ଼ିଶୀ ନୃତ୍ୟରେ ବେଶ ନିପୁଣା ଥିଲେ । ସେ ୧୯୮୧ ମସିହାରେ ମିସ୍‌ ଇଣ୍ଡିଆର ମୁକୁଟ ପିନ୍ଧିଥିଲେ ଏବଂ ଟୋକିଓ ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ।
ମିନାକ୍ଷୀ ପ୍ରଥମେ ତାଙ୍କର ଜୀବନ ୧୯୮୩ରେ ‘ପେଣ୍ଟର ବାବୁ’ ଫିଲ୍ମରେ ଆରମ୍ଭ କରିଥିଲେ । ଏହି ଫିଲ୍ମ ସେତେବେଳେ ଚାଲି ନଥିଲା । ତା ପରେ ସେ ସୁଭାସ ଘାଇଙ୍କର ଫିଲ୍ମ ‘ହିରୋ’ରେ ଜ୍ୟାକି ଶ୍ରଫ୍‌ଙ୍କ ସହିତ ଅଭିନୟ କରିଥିଲେ। ଏହି ଫିଲ୍ମ ବହୁତ ହିଟ୍‌ ସାବ୍ୟସ୍ତ ହୋଇଥିଲା ଏବଂ ମିନାକ୍ଷୀ ଏହି ଫିଲ୍ମ ଜରିଆରେ ରାତା ରାତି ଷ୍ଟାର ହୋଇଗଲେ । ଏହି ଫିଲ୍ମ ପାଇଁ ତାଙ୍କୁ ସମସ୍ତେ ଏବେ ବି ମନେ ପକାନ୍ତି । ‘ହିରୋ’ ଫିଲ୍ମ ହିଟ୍‌ ହେବା ପରେ ସେ ଆଉ ପଛକୁ ଚାହିଁ ନଥିଲେ । ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ସେ ଦେବ ଆନନ୍ଦ, ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ, ସନ୍ନି ଦେଓ୍ଵଲ ଏବଂ ଅନୀଲ କପୁରଙ୍କ ପରି ସୁପର ଷ୍ଟାରଙ୍କ ସହିତ କାମ କରିଛନ୍ତି ।

ମିନାକ୍ଷୀ ବ୍ୟକ୍ତିଗତ ଜୀବନରେ ଚର୍ଚ୍ଚାରେ ଥିଲେ:

ମିନାକ୍ଷୀ ତାଙ୍କ ବ୍ୟକ୍ତି ଗତ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରହୁଥିଲେ ।ତାଙ୍କ ନାଁ  କୁମାର ସାନୁ ଏବଂ ‘ଅନ୍ଦାଜ ଆପନା ଆପନା’ର ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କ ସହିତ ଯୋଡ଼ା ଯାଉଥିଲା । କୁହାଯାଉଥିଲା କି ଯେତେବେଳେ କୁମାର ସାନୁ ‘ମିନାକ୍ଷୀଙ୍କ ଫିଲ୍ମ ‘ଜୁର୍ମ’ ପାଇଁ ‘ଜବ କୋଇ ବାତ୍‌ ବିଗଡ଼ ଯାଏ ’ ଗୀତ ଗାଇଥିଲେ,ସେତେବେଳେ ମିନାକ୍ଷୀ ଫିଲ୍ମର ପ୍ରିମିୟର ଶୋ’ରେ ସାନୁଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଖବର ଅନୁସାରେ ସାନୁଙ୍କର ବିବାହ ବିଚ୍ଛେଦର କାରଣ ମିନାକ୍ଷୀଙ୍କୁ ବି କୁହାଯାଏ ।

କୁହାଯାଏ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ ମିନାକ୍ଷୀଙ୍କୁ ପ୍ରେମ ଆବେଦନ କରିଥିଲେ । କିନ୍ତୁ, ମିନାକ୍ଷୀ ଏସବୁ ଗୁଜବଠାରୁ ଅନେକ ଦୂରରେ ରହୁଥିଲେ । ରାଜ କୁମାର ଗୋଟିଏ ଇଣ୍ଟରଭ୍ୟୁରେ ମିନାକ୍ଷୀଙ୍କୁ ପ୍ରେମ ଅବେଦନ କରିବା କଥା ମଧ୍ୟ ସ୍ୱୀକାର କରିଥିଲେ ତା ପରେ ମିନାକ୍ଷୀ ତାଙ୍କୁ ସିଧା ସିଧା ମନା କରିଥିଲେ । ମିନାକ୍ଷୀ ଏସବୁ ସଫଳତା ପାଇବା ପରେ ମଧ୍ୟ ସେ ତାଙ୍କର ଫିଲ୍ମ କେରିଅରକୁ ବିଦାୟ ଦେଇଥିଲେ । ସେ ୧୯୯୫ରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମୈସୁରଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଆମେରିକାର ଟେକ୍ସାସ୍‌ରେ ରହିଲେ । ତା ପରେ ସେ ଆଉ ଫିଲ୍ମ ଦୁନିଆକୁ ଫେରି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.