ସାନିଆ ମିର୍ଜା ଆହତ, ୟୁଏସ ଓପନରୁ ଫେରାଇନେଲେ ନିଜ ନାମ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ଫ୍ୟାନ୍ସଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସେ ଆହତଜନିତ କାରଣରୁ ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଯାଇଛନ୍ତି। ତାଙ୍କ କହୁଣୀରେ ଆଘାତ ଲାଗିଛି। ତେଣୁ ନିଜ ରିଟାୟରମେଣ୍ଟ ପ୍ଲାନରେ କିଛି ପରିବର୍ତ୍ତନ କରିପାରନ୍ତି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି। ସାନିଆ ନିଜେ ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

୩୫ ବର୍ଷୀୟ ସାନିଆ ଜାନୁଆରୀ ୨୦୨୨ରୁ ନିଜ ଅବସର ବାବଦରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଏହି ବର୍ଷ ତାଙ୍କର ଟେନିସ୍ କ୍ୟାରିଅରର ଶେଷ ବର୍ଷ ହେବ । ବର୍ଷ ଶେଷରେ ସେ ଟେନିସକୁ ବାଏବାଏ କରିବେ । ତେବେ ୟୁଏସ ଓପନ ଖେଳିବା ପରେ ରିଟାୟର ହେବେ ବୋଲି ଫ୍ୟାନ୍ସ ଆକଳନ କରୁଥିଲେ। ଆହତ ସମସ୍ୟା ଯୋଗୁଁ ୟୁଏସ୍‌ ଓପନର ବିଦା ହୋଇଛନ୍ତି। ଆଉ ଖୁବଶୀଘ୍ର ଟେନିସକୁ ବାଏ ବାଏ କହିପାରନ୍ତି।

ଦୁଇ ସପ୍ତାହ ପୂର୍ବରୁ କାନାଡାରେ ଖେଳୁୁଥିବା ବେଳେ ତାଙ୍କ କହୁଣୀରେ ଆଘାତ ଲାଗିଛି। ଗତକାଲି ଆହତ ସମସ୍ୟା ନେଇ ଡାକ୍ତର ସ୍କାନ କରିବା ପରେ ଏହା ଜଣାପଡିଥିଲା। ତେବେ ଚଳିତ ବର୍ଷ ୟୁଏସ ଓପନ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୧ ଯାଏଁ ଖେଳାଯିବ ।

୬ ଥରର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ ସାନିଆ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, କିଛି ସପ୍ତାହ ପାଇଁ ଖେଳିବି ନାହିଁ। ତେଣୁ ୟୁଏସ ଓପନରୁ ବାହାରିଯାଉଛି। ଏହା ଠିକ୍‌ ନୁହେଁ। ଭୁଲ୍‌ ସମୟରେ ମୋତେ ଆଘାତ ଲାଗିଛି। ଦୁଇ ସପ୍ତାହ ପୂର୍ବରୁ କାନାଡାରେ ଆଘାତ ଲାଗିଥିଲା । ପରେ ଏହା ଗୁରୁତର ବୋଲି ଜଣାପଡିଛି । ଆଉ ଏହା ଅବସର ନିଷ୍ପତ୍ତି ବଦଳାଇପାରେ । ମୁଁ ମୋ ଫ୍ୟାନ୍ସଙ୍କୁ ଏହା ବିଷୟରେ ନିଶ୍ଚିତ ଜଣାଇବି।

ସାନିଆ ୬ ଥର ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ୩ଟି ମିକ୍ସଡ ଡବଲ୍ସ ଜିତିଛନ୍ତି। ସାନିଆ ଓ୍ଵମ୍ବେଲଡନ ଏବଂ ୟୁଏସ ଓପନ ଜିତିଛନ୍ତି। ତା ଛଡା ଅଷ୍ଟ୍ରେଲିଆନ ଓପପ ୨୦୧୬ ଜିତିଛନ୍ତି। ଏହାଛଡା ୨୦୧୧ରେ ଫ୍ରେଞ୍ଚ ଓପନ ଫାଇନାଲରେ ମଧ୍ୟ ପହଞ୍ଚିଥିଲେ।

 

Also Read : ‘କାଲା ଚଷମା’ ଗୀତରେ ଧୂଆଁଦାର ଡ୍ୟାନ୍ସ କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.