ପୁଲୱାମା ଆତଙ୍କୀ ହମଲା ପରେ ଟ୍ରୋଲ ହେଲେ ସାନିଆ ମିର୍ଜା, ପାକିସ୍ତାନରୁ ପଠାଇଲେ ଫ୍ୟାନ୍ସଙ୍କୁ ବାର୍ତ୍ତା

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି। ପାକିସ୍ତାନି କ୍ରିକେଟର ସୋୟେବ ମଲିକଙ୍କୁ ବିବାହ କରି ଭାରତ ଛାଡି ପାକିସ୍ତାନ ଚାଲିଯିବା କାରଣରୁ ଫ୍ୟାନ୍ସ ବହୁତ ରାଗରେ ଅଛନ୍ତି। ଫ୍ୟାନ୍ସ ମାନେ ଏହି ଆତଙ୍କୀ ହମଲାର ରାଗ ଏବେ ସାନିଆଙ୍କ ଉପରେ ବାହାର କରିଦେଇଛନ୍ତି।
ସେହିଭଳି ସୋସିଆଲ ମିଡିଆରେ ସାନିଆ କହିଲେ ତାଙ୍କୁ ନିଜର ଦେଶଭକ୍ତି ଦେଖାଇବା ଆବଶ୍ୟକ ନାହିଁ। ଏହି ଆକ୍ରମଣରେ ଯେତେ ଦୁଃଖ ସାରା ଦେଶକୁ ହେଇଛି ସେତେ ଦୁଃଖ ମୋତେ ମଧ୍ୟ ହେଉଛି। ସେ ଏହି ଜବାବ ସେହି ଟ୍ରୋଲର୍ସଙ୍କୁ ଦେଇଛନ୍ତି ଯେଉଁମାନେ ଆକ୍ରମଣ ପରେ ସାନିଆଙ୍କୁ ଆକ୍ଷେପ କରିଥିଲେ।
ନିଶ୍ଚୟ ପଢ଼ନ୍ତୁ : କେବଳ ଖେଳ ନୁହଁ , ଏହି ଖେଳାଳୀ ବିଜ୍ଞାପନ ଜରିଆରେ ମଧ୍ୟ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାନିଆ ଲେଖିଛନ୍ତି ମୋତେ ନିଜ ଦେଶଭକ୍ତିକୁ ପ୍ରମାଣିତ କରିବା ପାଇଁ କୌଣସି ଟ୍ବିଟର ଏବଂ ଇନଷ୍ଟାଗ୍ରାମ କିମ୍ବା ଅନ୍ୟ ସୋସିଆଲ ମିଡିଆରେ କରିବା ଉଚିତ କାହିଁକି ? ଆପଣ ଜଣେ କୁଣ୍ଠିତ ବ୍ୟକ୍ତି ଅଟନ୍ତି ଯିଏ କି ନିଜର କ୍ରୋଧ ଏବଂ ହିଂସା ଏହି ଅବସରରେ ବାହାର କରନ୍ତି।
ସାନିଆ ଲେଖିଲେ,‘ମୋତେ କୌଣସି ଆକ୍ରମଣ ପାଇଁ ସାର୍ବଜନିକ ରୂପରେ ନିନ୍ଦା କରିବା ପାଇଁ ଆବଶ୍ୟକ ନାହିଁ। ମୋର କ୍ରୋଧକୁ ମୁଁ ଚିଲେଇ ଚିଲେଇ କଣ କହିବି।
ସେ ଲେଖିଛନ୍ତି ଯେ, ‘ ମୁଁ ଏହି ଦୁଃଖର ମୁହୁର୍ତ୍ତରେ ସିଆରପିଏଫ ଯବାନ ଏବଂ ତାଙ୍କ ପରିବାରଙ୍କ ସହିତ ଅଛି। ଏହି ଦିନକୁ କେବେବି ଭୁଲି ହେବ ନାହିଁ କି ଦୋଷୀକୁ ଆଦୌ କ୍ଷମା କରାଯାଇପାରିବ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ଶାନ୍ତି ପାଇଁ ପ୍ରାର୍ଥନା କରିବି।
We stand united 🕯 #PulwamaAttack pic.twitter.com/Cmeij5X1On
— Sania Mirza (@MirzaSania) 17 February 2019