Below header

ବିବାହ ଦିନର ଶାଢି ପିନ୍ଧି ସହିଦ୍ ସ୍ବାମୀଙ୍କୁ ଶେଷ ବିଦାୟ ଦେଲେ ସାବିତ୍ରୀ , ଜାଣନ୍ତୁ କଣ ଥିଲା କାରଣ

ଦେଶ ପାଇଁ ଜୀବନ ଦେଇ ଥିବା ସହିଦଙ୍କ ପାଇଁ ସାରା ଦେଶ କାନ୍ଦୁଛି । ପ୍ରତିଶୋଧ ନିଆଁରେ ଆଜି ସମସ୍ତଙ୍କ ହୃଦୟ ଜଳୁଛି । ଏହି ପରିପେକ୍ଷୀ ସହିଦଙ୍କ ପରିବାରର ଦୁଃଖକୁ ସମ୍ଭାଳିବା ଅସମ୍ଭବ ହୋଇପଡିଛି । କିଏ ନିଜ ପୁଅକୁ ହରାଛନ୍ତି ତ କିଏ ସ୍ବାମୀଙ୍କୁ ଆଉ କେତେ ଯେ ପିଲାଙ୍କ ମୁଣ୍ଡରୁ ହଟିଯାଇଛି ବାପାଙ୍କ ହାତ । ତେବେ ଏହାଭିତରେ ଏମିତି ଏକ ଛବି ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯିଏ କେହି ନା ନିଜ ଆଖିର ଲୁହକୁ ଅଟକାଇ ପାରିବ ନାହିଁ ।

ପୁଲୱାମା ଆତଙ୍କି ହମଲାରେ ସହିଦ୍ ହୋଇଥିବା ସିଆରପିଏଫ୍ ଜବାନ୍ ମଧ୍ୟରେ ଥିଲେ ହିମାଚଳ ପ୍ରଦେଶର ସହିଦ୍ ତିଲକ ରାଜ । ତେବେ ଦୁଃଖଦ ଘଟଣାଟି ଏହା କି ସହିଦଙ୍କୁ ତାଙ୍କ ପତ୍ନୀ ସାବିତ୍ରୀ ଦେଇଛନ୍ତି ଶେଷ ସମ୍ମାନ । ଯମଙ୍କ ପାଖରୁ ସିନା ତାଙ୍କ ସ୍ବାମୀଙ୍କ ଜୀବନ ଛଡାଇ ଆଣିପାରିଲେନାହିଁ କିନ୍ତୁ ଛାତିରେ ପଥର ରଖି ପାଳନ କଲେ ତାଙ୍କ ପରମ୍ପରା । ସାବିତ୍ରୀ ସେହି ବିବାହ ଶାଢୀ ପିନ୍ଧି ଅନ୍ତିମ ବିଦାୟ ଦେଇଥିଲେ ଯେଉଁ ଶାଢୀ ପିନ୍ଧି ସେ ପ୍ରଥମ ଥର ନିଜ ଶାଶୂ ଘରକୁ ଆସିଥିଲେ । ସେହି ସମୟରେ ତାଙ୍କ ଆଖିରୁ ଲୁହ ବନ୍ଦ ହେବାର ନା ଧରୁନଥିଲା । ଏହି ଦୁଃଖଦ ମୁହୂର୍ତ୍ତରେ ସମସ୍ତଙ୍କ ଆଖିରେ ଲୁହ ଭରିହୋଇରହିଥିଲା । କାନ୍ଦ ବୋବାଳିରେ ଫାଟିପଡୁଥିଲା ଗାଁ ଦାଣ୍ଡ । ଏହା ସହିତ ପାକିସ୍ତାନର ଏହି କାପୁରୁଷତା ଆକ୍ରମଣର ଉଚିତ୍ ଜବାବ ଦେବା ପାଇଁ ଆକ୍ରୋସ ଭରିଉଠିଥିଲା ସମସ୍ତଙ୍କ ମନରେ ।

sahid5ଜାଣନ୍ତୁ କାହିଁକି ପିନ୍ଧା ଯାଇଥାଏ ବିବାହ ଶାଢୀ :

ଐତିହାସିକ ପ୍ରେମ ସାଗର କହିଛନ୍ତି କି ସ୍ବାମୀ-ସ୍ତ୍ରୀ ଯେବେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ସେହି ସମୟରେ ବହୁ ରିତିନିତି ପାଳନ କରାଯାଇଥାଏ । ତେବେ ଏହି ରିତି ସେସବୁ ମଧ୍ୟରୁ ଗୋଟେ । ଏହି ରିତି ଅନୁସାରେ ବିବାହ ଦେବୀରେ ସ୍ତ୍ରୀ କହିଥାନ୍ତି କି ମୁଁ ସର୍ବଦା ସଧବା ରହିବି । ପ୍ରେମ ସାଗର କହିଛନ୍ତି,ଏହା ମାନେ ସେ ସ୍ବାମୀଙ୍କ ଠାରୁ ପ୍ରଥମେ ଏହି ଦୁନିଆରୁ ବିଦାୟ ନେବେ । ଏହା ସହ ସେ କହିଛନ୍ତି, ଯଦି ଏପରି ନହୁଏ ମାନେ ସ୍ତ୍ରୀ ଆଗରୁ ଯଦି ସ୍ବାମୀଙ୍କର ମତ୍ୟୁ ହୁଏ ତେବେ ସେ ସେହି ବିବାହ ଦିନର ଶାଢୀ ପିନ୍ଧି ନିଜ ସ୍ବାମୀଙ୍କୁ ଶେଷ ବିଦାୟ ଦେଇଥାନ୍ତି । ସହିଦ୍ ତିଲକ ରାଜଙ୍କ ସ୍ତ୍ରୀ ସାବିତ୍ରୀ ଏହି ପରମ୍ପରାକୁ ପାଳନ କରିଥିଲେ ।

sahid3ହିମାଚଳ ପ୍ରଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଅତୁଲ କୁମାର କହିଛନ୍ତି କି ଏହି ପରମ୍ପରା ବହୁ ବର୍ଷଧରି ଚାଲିଆସୁଛି ଯାହାକୁ ଲୋକେ ଖାସ୍ କରି ଗାଁମାନଙ୍କରେ ବହୁ ଭଲ ଭାବେ ପାଳନ କରିଥାନ୍ତି । ଆମ ସମାଜରେ ବିବାହ ପରମ୍ପରାରେ ଥିବା ଏମିତି ବହୁ ନିୟମକୁ ଜୀବନର ଅନ୍ତିମ କ୍ଷଣ ପର‌୍ୟ୍ୟନ୍ତ ନିଭାଇବାକୁ ପଡିଥାଏ ।

sahid4ଏହି ଭଳି ଦୁଃଖଦ ପରିବେଶରେ ସହିଦ୍ ତିଲକ ରାଜଙ୍କ ଅଢେଇବର୍ଷର ବଡ ପୁଅ ବରୁଣ ନିଜର ୨୨ ଦିନର କାନ୍ଦୁଥିବା ଛୋଟ ଭାଇକୁ ବୁଝାଉଥିବାର ଦେଖିବାକୁ ମିଳିଥିଲା । ଘରର ଏକ ରୁମ୍ ପାଖରେ ସହିଦଙ୍କ ପାର୍ଥିବ ଶରୀର ରଖାଯାଇଥିଲା ଯାହାକୁ ଦେଖିବା ପାଇଁ ବରୁଣ ବାରମ୍ବାର ସେଠାକୁ ପଳାଇଯାଉଥିଲା । ସେଥିପାଇଁ ପାଖରେ ଥିବା ପରିଜନ ମାନେ ତାକୁ ତା ମା’ ପାଖକୁ ନେଇଆସିଥିଲେ ।
ସହିଦଙ୍କ ଅନ୍ତିମ ଦର୍ଶନ ପାଇଁ ଭିଡ ଏତେ ବଢି ଯାଇଥିଲା କି ଅନ୍ତିମ ଯାତ୍ରା ଗେଟ୍ ଦେଇ ବାହାରି ପାରିନଥିଲା । ଘରର ଅଗଣାରୁ ସଡକ ପର‌୍ୟ୍ୟନ୍ତ ଭିଡକୁ ଦେଖି ପାର୍ଥିବ ଶରୀରକୁ ଘର ପଛପାଖ କ୍ଷେତ ରାସ୍ତା ଦେଇ ନିଆଯାଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.