ଗୁଗୁଲରେ ସର୍ଚ୍ଚ କରନ୍ତୁ “ବେଷ୍ଟ ଟଏଲେଟ ପେପର ଇନ ଦ ଓ୍ଵାର୍ଲଡ୍‌” ନଜର ଆସିବ ପାକିସ୍ତାନ ଜାତୀୟ ପତାକା

ଆତଙ୍କୀ ଆକ୍ରମଣ ପରେ ସାରା ଦୁନିଆ ସାମ୍ନାରେ ଲୋକଲଜ୍ଜ୍ୟର ପାତ୍ର ହୋଇଛି ପାକିସ୍ତାନ। ଏବେ ପୁଣି ଗୁଗୁଲରେ ମଧ୍ୟ ତାହାକୁ ଲୋକହସାର ସାମ୍ନା କରିବାକୁ ପଡ଼ିଛି। ସୋସିଆଲ ମିଡିଆରେ କିଛି ଲୋକ ଯୁକ୍ତି ବାଢ଼ିଛନ୍ତି କି, ଗୁଗୁଲ ସର୍ଚ୍ଚ ଇଞ୍ଜିନରେ “ବେଷ୍ଟ ଟଏଲେଟ ପେପର ଇନ ଦ ଓ୍ଵାର୍ଲଡ୍‌” ସର୍ଚ୍ଚ କରିବା ଦ୍ବାରା ପାକିସ୍ତାନ ପତାକାର ଫଟୋ ଆସୁଛି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ପରିହାସ କରାଯାଉଛି।

best-toilet-paper

ଏପରିକି ଏହି ବିଷୟବସ୍ତୁକୁ ନେଇ ଟ୍ବିଟରରେ #besttoiletpaperintheworld ମଧ୍ୟ ଟ୍ରେଣ୍ଡ କରୁଛି। ଏଥିରେ ଲୋକ ଗୁଗୁଲରେ ଏହି ଲେଖାକୁ ସର୍ଚ୍ଚ କରିବା ସହ ତାହାର ମିଳିଥିବା ରେଜଲ୍ଟର ସ୍କ୍ରିନସଟ ଶେୟାର କରୁଛନ୍ତି। ତେବେ ପୂର୍ବରୁ ଗୁଗୁଲରେ ଇଡିୟଟ ସର୍ଚ୍ଚ କରିବା ଦ୍ବାରା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଫଟୋ ରେଜଲ୍ଟ ଆସୁଥିବା ବେଳେ ଭିକାରୀ ସର୍ଚ୍ଚ କରିବା ଦ୍ବାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଦେଖାଉଥିଲା।

ଘଟଣା ନେଇ ବିଶେଷଜ୍ଞ କହିଛନ୍ତି, ଗତ ୧୪ ତାରିଖରେ ଜମ୍ମୁକାଶ୍ମୀରରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ସାରା ଦେଶ ପାକିସ୍ତାନ ଉପରେ କ୍ରୋଧିତ ରହିଛି। ସମସ୍ତ ସ୍ଥାନରେ ପାକିସ୍ତାନ ବିପକ୍ଷରେ କଡ଼ା ପଦକ୍ଷେପ ନେବା ପାଇଁ ଦାବି କରାଯାଉଛି। ଏହି ସମୟରେ କୌଣସି ହ୍ୟାକର୍ସ ଗୁଗୁଲ ୱାମିଂ ଜରିଆରେ ଏହାର ସର୍ଚ୍ଚ ରେଜଲ୍ଟରେ କିଛି ତଥ୍ୟ ଅଦଳବଦଳ କରିଛନ୍ତି ଫଳରେ ଏପରି ରେଜଲ୍ଡ ଦେଖାଉଥିବା କୁହାଯାଉଛି।

ନିଶ୍ଚିତ ପଢ଼ନ୍ତୁ: ଜାଣିଛନ୍ତି କି ଗୁଗୁଲରେ ‘ପପ୍ପୁ’ ଓ ‘ଫେକୁ’ କିଏ ?

ଏଥିକଲ ହ୍ୟାକର୍ସ ଦୈନିକ ଲକ୍ଷାଧିକ ପେଜକୁ ଇଣ୍ଡେସିଙ୍ଗ କରୁଛନ୍ତି। ଏହା ଦ୍ବାରା କିଛି କି-ୱାର୍ଡ ସର୍ଚ୍ଚ କରିବା ଦ୍ବାରା ଗୁଗୁଲ ନିଜ ପେଜରେ ଏକ ରେଙ୍କ ଏଲୋଗୋରିଦମ୍ ଦ୍ବାରା ସେହି କି-ୱାର୍ଡର ରେଜଲ୍ଟ ଦେଖାଇଥାଏ। ଏହି ସ୍ଥାନରେ ଯଦି କୌଣସି ହ୍ୟାକର୍ସ ବା ସଂଗଠନ ଏହି କି-ୱାର୍ଡ଼କୁ ଅଦଳବଦଳ କରାଇଥାନ୍ତି ତେବେ ଏହାର ରିଜଲ୍ଟ ଉପରେ ତାହା ପ୍ରଭାବ ପକାଇଥାଏ। ଏହି ପ୍ରକ୍ରିୟାକୁ ଗୁଗୁଲ ବମିଂ ବା ଗୁଗୁଲ ୱାସିଂଗ କୁହାଯାଇଥାଏ।

ନିଶ୍ଚିତ ପଢ଼ନ୍ତୁ: ଦେଖନ୍ତୁ ପାକ୍ ପିଏମଙ୍କୁ କଣ କରିଦେଲା ଗୁଗଲ୍ ! ! ଭିକାରୀ ଲେଖି ସର୍ଚ୍ଚ କଲେ ଆସୁଛି ଇମ୍ରାନ୍ ଖାନଙ୍କ ଫଟୋ

ପୁଲୱାମା ଆକ୍ରମଣ ପରେ କିଛି ବ୍ୟକ୍ତି ବା ସଂଗଠନ “ବେଷ୍ଟ ଟଏଲେଟ ପେପର ଇନ ଦ ୱାଲ୍ଡ“ କି-ୱାର୍ଡ ସହ ପାକିସ୍ତାନ ପତାକାର ଫଟୋକୁ ବ୍ୟବହାର କରିଥିବେ। ଏହି କି-ୱାର୍ଡକୁ ବାରମ୍ବାର ବ୍ୟବହାର କରିଥିବେ ଫଳରେ ଗୁଗୁଲ ଏଲଗୋରିଦମ୍ କାରଣରୁ ଏପରି ରେଜଲ୍ଟ ଦେଖାଉଥିବା କୁହାଯାଉଛି। ତେବେ ଗୁଗୁଲ ସର୍ଚ୍ଚ ଉପରେ କମ୍ପାନି ବା କମ୍ପାନିର କର୍ମଚାରୀଙ୍କର କୌଣସି ହାତ ରହିନଥାଏ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.