Below header

ପୁଅ ଜୋରାଵର ସହ ମିଶି ଛୋଟ ପିଲା ହେଲେ ଶିଖର ଧବନ, ଭିଡିଓ ସେୟାର କରି ଦେଲେ ସଚେତନତା ବାର୍ତ୍ତା

କରୋନା ଭାଇରସ ଯୋଗୁ ଏବେ କ୍ରିକେଟର ବଡ଼ ବଡ଼ ଟୁର୍ନାମେଣ୍ଟ ଏବଂ ସିରିଜ ସ୍ଥଗିତ ହୋଇଯାଇଛି । ତେଣୁ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଭାରତୀୟ ଷ୍ଟାର ଓପନର ଶିଖର ଧବନ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଭିଡି଼ଓ ପୋଷ୍ଟ କରିଥିଲେ । ଏଥିରେ ସେ ନିଜ ପୁଅ ଜୋରାଵର ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧବନ ପୁଅ ସହ ମିଶି ଛୋଟ ପିଲା ହୋଇଛନ୍ତି । ଏହାସହିତ ସେ ଏକ ମେସେଜ ମଧ୍ୟ ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ ପରିସ୍ଥିତି ବହୁତ ଗମ୍ଭୀର ରହିଛି । କିନ୍ତୁ ଆପଣ ଡରନ୍ତୁ ନାହିଁ । ସାବଧାନରେ ରୁହନ୍ତୁ । ନିଜ ପରିବାର ସହ କିଛି ସମୟ ବିତାନ୍ତୁ । ଘରକୁ ହସଖୁସିରେ ଭରି ଦିଅନ୍ତୁ ଏବଂ ପଜିଟିଭ ରୁହନ୍ତୁ । ଏହା ଆପଣଙ୍କ ସମସ୍ତ ପ୍ରିୟଜନଙ୍କ ପାଇଁ ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.