Below header

ସ୍ତ୍ରୀଙ୍କୁ ମିଛ କହି ପ୍ରେମିକା ସହିତ ପ୍ରେମ ପ୍ରଣୟ କରିବାକୁ ଯାଇଥିଲେ ଇଟାଲୀ, ଏବେ କରୋନାରେ ଆକ୍ରାନ୍ତ ସ୍ୱାମୀ

କୁହାଯାଏ ଯେ ମଣିଷ ଯାହା କର୍ମ କରେ ସେହି ଅନୁସାରେ ଫଳ ପାଏ। କଣ ଆପଣ କର୍ମକୁ ବିଶ୍ୱାସ କରନ୍ତି? ଯଦି କରନ୍ତି ତେବେ ଏହି ଖବରକୁ ଧ୍ୟାନରେ ପଢ଼ନ୍ତୁ। ବ୍ରିଟେନରେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କୁ ଅନ୍ଧାରରେ ରଖି ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ଲୀଳା କରୁଥିଲେ। ଏବେ ଆପଣ ଭାବୁଥିବେ ଏଥିରେ କଣ ନୂଆ ଅଛି ଆଜି କାଲି ତ ଏମିତି ଚାଲୁଛି। କିନ୍ତୁ ନା ଆପଣଙ୍କୁ ଏମିତି କହିବାର କାରଣ ହେଉଛି ଏହି ଚୋରା ପିରତୀକୁ ପଦାରେ ପକାଇଛି କରୋନା ଭାଇରସ୍‌। ଅର୍ଥାତ ସେହି ବ୍ୟକ୍ତିଙ୍କୁ ଏବେ କରୋନା ଭାଇରସ୍‌ ହୋଇଯାଇଛି। ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଏହା କହି ଘରୁ ବାହାରିଥିଲେ ଯେ ସେ ଏକ ବିଜନେସ୍ ଟ୍ରିପରେ ସେ ବ୍ରିଟେନ୍ ଯାଉଛନ୍ତି। କିନ୍ତୁ ବିଜନେସ ଟ୍ରିପ୍ ତ କେବଳ ଏକ ବାହାନା ଥିଲା। ପ୍ରକୃତ ସତ ହେଉଛି ବ୍ରିଟେନ ନା କହି ସେ ପ୍ରେମିକାଙ୍କ ସହ ଇଟାଲୀରେ ଛୁଟି କାଟିବାର ଥିଲା। କିନ୍ତୁ କୁହାଯାଏ ଯେ କର୍ମ ନାମକ ଏକ ଶବ୍ଦ ରହିଛି, ଯାହାର ପ୍ରମାଣ ଏହି ସିକ୍ରେଟ୍‌ ଟ୍ରିପ୍‌।

love coupleସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ତାଙ୍କ ନାମ ଗୋପନ ରଖିଛନ୍ତି କିନ୍ତୁ ତାଙ୍କ ବୟସ ୩୦ ବର୍ଷ ପାଖାପାଖି। ଏବେ କରୋନାରେ ଆକ୍ରାନ୍ତ କାରଣରୁ ତାଙ୍କୁ ଅଲଗା ଏକ ରୁମରେ ରଖାଯାଇଛି। କିନ୍ତୁ ଏବେ ବି ତାଙ୍କ ସ୍ତ୍ରୀ ଏହି ବିଷୟରେ ଅଜଣା ଅଛନ୍ତି ଯେ ତାଙ୍କ ସ୍ୱାମୀ ଭୟଙ୍କର କରୋନାରେ ଆକ୍ରାନ୍ତ ହେଲେ କେମିତି। କୁହାଯାଉଛି ଯେ ବ୍ୟକ୍ତି ଜଣଙ୍କ ତାଙ୍କ ଧର୍ମପତ୍ନୀଙ୍କୁ ଏହି କହି ଘରୁ ଯାଇଥିଲେ ଯେ ବିଜନେସ୍‌ ଟ୍ରିପ୍‌ ପାଇଁ ବ୍ରିଟେନ୍‌ ଯାଉଛି।

coronaଏକ ରିପୋର୍ଟ ଅନୁଯାୟୀ ବ୍ୟକ୍ତିଜଣକଙ୍କ ନିକଟରେ COVID-19 ଲକ୍ଷଣ ଦେଖାଯିବା ପରେ ଇଂଲଣ୍ଡର ପବ୍ଲିକ ହେଲଥ୍ କୋଅର୍ଡିନେଟରଙ୍କ ସାମ୍ନାରେ ସ୍ବୀକାର କରିଥିଲେ ଯେ ସେ ବ୍ରିଟେନ୍ କହି ଇଟାଲୀକୁ ସିକ୍ରେଟ ଟ୍ରିପରେ ଯାଇଥିଲେ। ଆଉ ଏହି ସମୟରେ ସେ ସଂକ୍ରମିତ ହୋଇଛନ୍ତି। ପରେ ହସ୍ପିଟାଲ ଯିବାପରେ ଜଣାପଡିଥିଲା ସେ କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି। ବ୍ୟକ୍ତିଜଣକ ଡାକ୍ତରଙ୍କ ଆଗରେ କହିଥିଲେ ଯେ ତାଙ୍କର ଜଣେ ମହିଳାଙ୍କ ସହ ସମ୍ପର୍କ ଅଛି। କିନ୍ତୁ ଯେତେବେଳେ ତାଙ୍କ ନାଁ ପଚାରଗଲା ବ୍ୟକ୍ତି ଜଣକ ତାଙ୍କ ପ୍ରେମିକାଙ୍କ ନା କହିବାକୁ ମନା କରିଦେଇଥିଲେ। ସେହିପରି ବ୍ୟକ୍ତିଙ୍କର ପତ୍ନୀ ଏବେ ନିଜକୁ ନର୍ଥ ଇଂଲଣ୍ଡରେ ଥିବା ନିଜ ଘରେ ସେଲଫ୍ ଆଇସୋଲେସନରେ ରଖିଛନ୍ତି।

ବ୍ୟକ୍ତି ଜଣକ ଏହା କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଜଣାନାହିଁ ଯେ ସେ କିପରି ଏହି ସଂକ୍ରମଣର ଶିକାର ହେଲେ। ସେ ଭରବୁଛନ୍ତି ଯେ ବିଜନେସ୍‌ ଟ୍ରିପ୍‌ ସମୟରେ ତାଙ୍କ ସ୍ୱାମୀ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାହା ବି ହେଉ, ଏବେ ବ୍ୟକ୍ତିଙ୍କର ଚିକିତ୍ସା ଚାଲୁଛି। କିନ୍ତୁ ବହୁତ ବାର ପଚାରିବା ପରେ ବି ସେ ତାଙ୍କ ପ୍ରେମିକାଙ୍କ ନାମ କହିଲେନାହିଁ। କୁହାଯାଉଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ଆଶା କରାଯାଉଛି ଯେ ସେ ଏହି ସଂକ୍ରମଣକୁ ହରାଇ ଦେବେ। କିନ୍ତୁ ବ୍ୟକ୍ତି ଏହି କଥାକୁ ନେଇ ବହୁତ ଚିନ୍ତାରେ ଅଛନ୍ତି କାହିଁକି ନା ତାଙ୍କ ଭାଇରସ୍ ଅପେକ୍ଷା ତାଙ୍କର ଗୁପ୍ତ ପ୍ରେମ ପ୍ରଣୟ ବିଷୟରେ ଲୋକମାନଙ୍କୁ ଜଣାପଡିଗଲା।

coronaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ସାରା ଦୁନିଆରେ କରୋନା ଭାଇରସ ତାର କାୟା ବିସ୍ତାର କରିସାରିଛି। ଚୀନର ବୁହାନ ସହରରେ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ୮ ହଜାର ଲୋକଙ୍କର ଜୀବନ ନେଇସାରିଲାଣି। ସେହିପରି ଏହି ଭୟଙ୍କର କରୋନା ଭାଇରସରେ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.