ବ୍ୟାଟ୍ରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ
ଅଷ୍ଟ୍ରେଲିଆ: କ୍ରିକେଟରେ ‘ସ୍ମାର୍ଟବଲ୍’। କ୍ରିକେଟ୍କୁ ଅଧିକ ସ୍ୱଚ୍ଛ କରିବା ପାଇଁ ପ୍ରଥମେ ବ୍ୟାଟ୍ରେ ସେନସର୍ ଲଗାଯିବା ପରେ ଏବେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ। ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। ମାଇକ୍ରୋଚିପ୍ କ୍ରିକେଟ୍ ବଲର ଉନ୍ମୋଚନ ଅଷ୍ଟ୍ରେଲିଆର ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍)ରେ କରାଯିବ।
ଅଷ୍ଟ୍ରେଲୀୟ କମ୍ପାନୀ କୁକାବୁରା ଏଭଳି ସ୍ମାର୍ଟବଲ୍ର ତିଆରି କରିଥିବା ଜଣାପଡିଛି। ସ୍ମାର୍ଟବଲ୍ର ବିକାଶ ପାଇଁ ବଲ୍ ନିର୍ମାଣକାରୀ କମ୍ପାନି ଟେକ୍ ଇନୋଭେଟର୍ସ ସ୍ପୋର୍ଟ୍ସ କାର୍ ସହ ଚୁକ୍ତି କରିଛି। ବଲ୍ରେ ଲାଗିଥିବା ଚିପ୍ ରିୟଲ ଟାଇମ୍ ଡାଟା ପ୍ରଦାନ କରିବ। ଏହି ବଲ୍ ଦେଖିବାକୁ ଠିକ୍ ପୁରୁଣା କୁକାବୁରା ବଲ୍ ଭଳି ଏବଂ ଏହା ସେହିଭଳି ମୁଭ୍ ମଧ୍ୟ କରିବ।
ଏହାସହ ପଢନ୍ତୁ : କ୍ୟାପଟେନ୍ ବିରାଟ କୋହଲି ପୂରା କଲେ ‘ବୋତଲ କ୍ୟାପ୍ ଚ୍ୟାଲେଞ୍ଜ’, କୋଚ୍ ରବି ଶାସ୍ତ୍ରୀଙ୍କ ଭଳି କମେଣ୍ଟ୍ରି ଦେଲେ
ଅନ୍ଯପଟେ ଏହି ବଲ୍ର ବିଶେଷତ୍ୱ ହେଉଛି ବଲ୍ ପକାଇବା ସମୟରେ ହିଁ ଚିପ୍ରୁ ଡାଟା ମିଳିଯିବ। ଏଥିରେ ଲାଗିଥିବା ଚିପ୍ ଏହାର ସ୍ପିଡ୍, ପ୍ରିବାଉନ୍ସ ଓ ପୋଷ୍ଟ୍ ବାଉନ୍ସ ମଧ୍ୟ ଦର୍ଶାଇବ। କ୍ରିକେଟ୍ ମଇଦାନରେ ଏଭଳି ସ୍ମାର୍ଟବଲ୍ ଆସିବା ଦ୍ୱାରା ଅମ୍ପାୟାରଙ୍କୁ ରିଭ୍ୟୁ ସିଷ୍ଟମରେ ମଧ୍ୟ ସହାୟତା ମିଳିବ।