ଧୋନୀ ଏବଂ କପିଲ ଦେବଙ୍କ ପରେ ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ, ନିଜେ ଗାଙ୍ଗୁଲି କଲେ ଘୋଷଣା

ବଡ଼ ପରଦାରେ ନଜର ଆସିବେ ସୌରଭ ଗାଙ୍ଗୁଲି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବାୟୋପିକ୍। ନିଜେ ଗାଙ୍ଗୁଲି ଏନେଇ ଘୋଷଣା କରିଛନ୍ତି। କାଙ୍ଗୁଲି ଟ୍ବିଟ୍ କରି ତାଙ୍କ କ୍ଯାରିଅର ଉପରେ ଫିଲ୍ମ ନିର୍ମାଣ ହେଉଛି ବୋଲି କହିଛନ୍ତି। କ୍ରିକେଟ୍‌ ଲିଜେଣ୍ଡ ମହେନ୍ଦ୍ର ସିଂହ ଧୋନୀ ଓ କପିଳ ଦେବଙ୍କ ପରେ ଏବେ ଗାଙ୍ଗୁଲିଙ୍କର ବାୟୋପିକ୍‌ ହେବାକୁ ଯାଉଛି । କିନ୍ତୁ ସୌରଭଙ୍କ ଭୂମିକାରେ କିଏ ନଜର ଆସିବେ, ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ।

ଖବର ମୁତାବକ, ଉକ୍ତ ବାୟୋପିକ୍‌ର ନିର୍ମାଣ ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ କରିବେ । ଲଭ ଫିଲ୍ମ , ସୋନୁ କେ ଟିଟୁ କି ସ୍ୱିଟି , ଦେ ଦେ ପ୍ୟାର୍‌ ଦେ, ମଙ୍ଗଲ ଓ ଛଲାଙ୍ଗ୍‌ ଆଦି ସଫଳ ଫିଲ୍ମ ନିର୍ମାଣ କରିଛି । ଏହାର ଆଗାମୀ ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ଅଭିନୀତ ଲଭ ରଞ୍ଜନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି ଫିଲ୍ମ କୁତ୍ତେ ଓ ଉଫ୍ଫ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.