Below header

ଶେଷ ହେବ ପୃଥ୍ଵୀ ସଙ୍କ ବ୍ୟାନ୍‌ ସମୟ, ମୁମ୍ବାଇ ଟିମ୍‌ରେ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ହୋଇପାରନ୍ତି ଚୟନ

ଆଜି ୨୦ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବା ଟୀମ୍ ଇଣ୍ଡିଆର ଟେଷ୍ଟ ଓପନର ପୃଥ୍ଵୀ ସଙ୍କ ପାଇଁ ଭଲ ଖବର। ଡୋପିଂ ଟେଷ୍ଟ କାରଣରୁ ୮ମାସ ପାଇଁ ବ୍ୟାନ୍‌ ରେ ରହିଥିବା ସାଙ୍କ ଚୟନ ମୁମ୍ବାଇ ଟିମ୍‌ରେ ହୋଇପାରେ। ଏହି ବ୍ୟାନ ୧୬ ନଭେମ୍ବରରେ ସମାପ୍ତ ହେବ। ଏହା ସମୟରେରେ ପୃଥ୍ଵୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଖେଳି ପାରନ୍ତି। ଏଥିପାଇଁ ମୁମ୍ବାଇ ଟିମ୍‌ର ଘୋଷଣା ହୋଇନାହିଁ। ମୁମ୍ବାଇର ଅସ୍ଥାୟୀ ଚୟନ ସମିତିର ଅଧ୍ୟକ୍ଷ ମିଲିନ୍ଦ ରେଗେଙ୍କ କହିବା ଅନୁଯାୟୀ, ପୃଥ୍ଵୀଙ୍କ ଚୟନରେ ନିଶ୍ଚିନ୍ତ ବିଚାର ହୋଇପାରେ। ସ’ଙ୍କୁ ୧୫ ମାର୍ଚ୍ଚରୁ ୮ମାସ ପର୍ଯ୍ୟନ୍ତ ବ୍ୟାନ କରାଯାଇଥିଲା।

Shawପ୍ରଥମ ୬ ମ୍ୟାଚ ପାଇଁ ଖେଳି ପାରିବେ ନାହିଁ ପୃଥ୍ଵୀ

ଆରମ୍ଭ ସମୟରେ ତିନିଟି ମ୍ୟାଚ ପାଇଁ ଟୀମ୍ ଘୋଷଣା କରାଯିବ, କାରଣ ଶ୍ରେୟସ ଅୟର, ଶାର୍ଦୁଲ ଠାକୁର ଏବଂ ଶିବମ ଦୁବେ ଏହି ସମୟରେ ଟୀମ୍ ଇଣ୍ଡିଆ ସହ ବାଂଗଲାଦେଶ ବିପକ୍ଷରେ ଟି୨୦ ସିରିଜ୍ ଖେଳିବ। ମୁମ୍ବାଇ ସମୁଦାୟ ୭ଟି ମ୍ୟାଚ ଖେଳିବ। ଏଥିମଧ୍ୟରୁ ୬ଟି ମ୍ୟାଚ ପୃଥ୍ଵୀ ଖେଳିପାରିବେ ନାହିଁ। କିନ୍ତୁ ଶେଷ ମ୍ୟାଚରେ ଖେଳିବା ପାଇଁ ତାଙ୍କୁ ଚୟନ କରାଯିବ। ମିଲିଂଗଙ୍କ କହିବା ଅନୁଯାୟୀ, ‘‘୧୬ ନଭେମ୍ବରରୁ ପୃଥ୍ଵୀ ବ୍ୟାନରୁ ମୁକ୍ତ ହୋଇଯିବେ। ଆମେ ନିଶ୍ଚିନ୍ତ ତାଙ୍କ ଚୟନ ବିଷୟରେ ବିଚାର କରିବୁ। କିନ୍ତୁ ଆମେ ଏଥିପାଇଁ ଶପଥ କରିନପାରିଲେ ମଧ୍ୟ ନିଶ୍ଚିନ୍ତ ସେ ତାଙ୍କ ଚୟନ ପାଇଁ ବିଚାର କରିବୁ।

ଏହାସହ ପଢନ୍ତୁ: ପ୍ରଥମ ଥର ପାଇଁ କମେଣ୍ଟ୍ରି କରି ପାରନ୍ତି ଧୋନି, ଡେ-ନାଇଟ୍‌ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳି ପାରେ ଜଲଓ୍ଵା

ରିପୋର୍ଟ ଅନୁଯାୟୀ ଗତ ୨୨ ଫେବୃଆରୀ ୨୦୧୯ରେ ଇନ୍ଦୋରରେ ହୋଥିବା ଏକ ମ୍ୟାଚ ପରେ ସ ଙ୍କ ୟୁରିନ୍ ସାମ୍ପଲ ନିଆଯାଇଥିଲା। ଯେଉଁଥିରେ ତାଙ୍କର ୟୁରିନରେ ପ୍ରତିବନ୍ଧିତ ହୋଇଥିବା ଔଷଧ ‘ଟର୍ବୁଟେଲାଇନ୍‌’ ମିଳିଥିଲା। ଯାହା ସାଧାରଣତଃ ଥଣ୍ଡା, କାଶ ଔଷଧରେ ମିଳିଥାଏ। ଏହି ଘଟଣାରେ ପୃଥ୍ଵୀ ସ୍ୱୀକାର କରିଥିଲେ ତାଙ୍କୁ ଥଣ୍ଡା ହୋଇଥିବା ସମୟରେ ସେ ଏହି ଔଷଧ ବ୍ୟବହାର କରିଛନ୍ତି କିନ୍ତୁ ତାଙ୍କୁ ଏହି ଡ୍ରଗ୍ସ ବିଷୟରେ ଜଣା ନଥିଲା। ପୂର୍ବରୁ ଗତ ବର୍ଷ ପୃଥ୍ଵୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ପ୍ରଥମ ମ୍ୟାଚରେ ହିଁ ଶତକ ଲଗାଇଥିଲେ। ସମୁଦାୟ ଦୁଇଟି ଟେଷ୍ଟରେ ପୃଥ୍ଵୀ ୨୩୭ ରନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.