ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଖେଳାଳିଙ୍କର ହେଲା ପ୍ରଥମ କରୋନା ଟେଷ୍ଟ, ଜାଣନ୍ତୁ କ’ଣ ଆସିଲା ରିପୋର୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଫେବ୍ରୁଆରୀ ୫ରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଖେଳିବେ ଉଭୟ ଦଳ । ଏହାପୂର୍ବରୁ ଗୁରୁବାର ଭାରତୀୟ କ୍ରିକେଟରଙ୍କ ଆରଟି ପିସିଆର ଟେଷ୍ଟ ହୋଇଥିଲା । ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।

ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଖେଳିବା ପୂର୍ବରୁ ଫେବ୍ରୁଆରୀ ୨ରୁ ଅଭ୍ୟାସ କରିବ । ଏହାପୂର୍ବରୁ ଆଉ ୨ଥର ଟେଷ୍ଟ ହେବ । ଭାରତୀୟ ଦଳ ଚେନ୍ନାଇରେ ପହଁଚିସାରିଛି । ଉଭୟ ଦଳ ଲୀଳା ପ୍ୟାଲେସ ହୋଟେଲରେ ରହିଛନ୍ତି । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ଓପନର ରୋହିତ ଶର୍ମା, ଓ୍ୱିକେଟ କିପର ରିଦ୍ଧିମାନ ଶାହ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପରିବାର ସହ ଚେନ୍ନାଇରେ ପହଞ୍ଚିସାରିଛନ୍ତି।

ବିସିସିଆଇର ଜଣେ ଅଧିକାରୀଙ୍କ କହିବାନୁସାରେ, ଏସଓପି ଆଇପିଏଲର ବାୟୋ ବବଲ୍ ଭଳି । ଖେଳାଳିଙ୍କର ଗୋଟିଏ ଆରଟି ପିସିଆର ଟେଷ୍ଟ ହୋଇଛି । ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଆଉ ୨ ଥର ଟେଷ୍ଟ ହେବ । ଏବେ ଖେଳାଳି ନିଜ କୋଠରୀରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.