ଛକା ମାରିବାରେ ଭାରତର ଐତିହାସିକ ରେକର୍ଡ଼, ୩୦୦୦ ଟପି ତାଲିକାରେ ନମ୍ବର ୱାନ୍

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚରେ କମାଲ କରିଛି ଭାରତ । ଭାରତ ଏହି ମ୍ୟାଚରେ ୩୦୦୦ ଛକା ପୂରଣ କରିଛି । ଛକା ମାରିବାରେ ମଧ୍ୟ ଭାରତ ନଂ ୧ ହୋଇଛି । ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକରେ ୩ ହଜାର ଛକା ମାରିବାର ନୂଆ ରେକର୍ଡ଼ ସୃଷ୍ଟି କରିଛି ।

କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ। ଏବେ ଛକା ମାରିବାରେ ବି ନମ୍ବର ୱାନ୍ ଭାରତୀୟ ଦଳ । ଇନ୍ଦୋର ମ୍ୟାଚରେ ଭାରତ ଯେଉଁ ରେକର୍ଡ଼ କରିଛି ତାହା କ୍ରିକେଟ୍ ଇତିହାସରେ ପ୍ରଥମ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୬ ୱିକେଟରେ ୩୯୯ ରନର ବିଶାଳ ସ୍କୋର କରିଥିଲା । ଏହି ଇନିଂସ ବେଳେ ଶୁବମନ ଗିଲ୍ ଓ ଶ୍ରେୟଶ ଆୟର ଶତକ ଏବଂ କେଏଲ୍ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଅର୍ଦ୍ଧଶତକ କରିଥିଲେ । ଭାରତୀୟ ବ୍ୟାଟର ମାରିଥିଲେ ୧୮ଟି ଛକା । ଏହା ସହିତ କ୍ରିକେଟ୍ ଇତିହାସରେ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକରେ ୩ ହଜାର ଛକା ମାରିବାର ନୂଆ ରେକର୍ଡ଼ ସୃଷ୍ଟି କରିଛି ।

ସୂର୍ଯ୍ୟ କୁମାର ଯାଦବ ୪୪ତମ ଓଭରରେ ଲଗାତର ୪ଟି ଛକା ମାରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେ ମାତ୍ର ୨୪ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିରେ ଥିଲା ୩ଟି ଚୌକା ଓ ୫ଟି ଛକା ।

ତେବେ ଦଳ ଭାବେ ଗୋଟିଏ ମ୍ୟାଚରେ ଇଂଲଣ୍ଡ ସର୍ବାଧିକ ୨୬ଟି ଛକା ମାରିଛି । ପ୍ରଥମ ୩ଟି ସ୍ଥାନରେ ଇଂଲଣ୍ଡ ହିଁ ରହିଛି । ଅନ୍ୟ ଦୁଇଟି ମ୍ୟାଚରେ ଏହି ଦଳ ୨୫ ଓ ୨୪ଟି ଛକା ମାରିଥିଲା । ତା ପଛକୁ ରହିଛି ୱେଷ୍ଟଇଣ୍ଡିଜ୍ । ଏହି ଦଳ ୨୩ଟି ଛକା ମାରିଛି । ଭାରତ ଗୋଟିଏ ମ୍ୟାଚରେ ସର୍ବାଧିକ ୧୯ଟି ଛକା ମାରିଛି ।

ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ୩୦୦୭ଟି ଛକା ମାରିଥିବା ବେଳେ ଦ୍ବିତୀୟରେ ଥିବା ୱେଷ୍ଟଇଣ୍ଡିଜ୍ ୨୯୫୩, ପାକିସ୍ତାନ ୨୫୬୬, ଅଷ୍ଟ୍ରେଲିଆ ୨୪୭୬ଟି ଛକା ମାରିଛି । ତେବେ ପ୍ରମୁଖ କ୍ରିକେଟ୍ ଖେଳାଳି ଦେଶ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟପ୍ ତିନିଟି ସ୍ଥାନରେ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.