ଆସନ୍ତାକାଲି ସେଞ୍ଚୁରିଆନରେ ଭାରତ-ସାଉଥ ଆଫ୍ରିକା ପ୍ରଥମ ଟେଷ୍ଟ, କୋହଲିଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର

ଆସନ୍ତାକାଲି ଭାରତ-ସାଉଥ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ଖେଳାଯିବ ପ୍ରଥମ ଟେଷ୍ଟ । ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଡ଼ ଉତ୍ସାହ । ବିଶେଷକରି କୋହଲିଙ୍କ ରଣନୀତି ଉପରେ ନଜର ରହିଛି । ରୋହିତ ଶର୍ମା ଟିମ୍‌ରେ ନଥିବାରୁ କେ ଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ନଜର ରହିଛି ।

ପ୍ରଥମ ଟେଷ୍ଟରେ ଦଳରେ ୫ ବୋଲର ସ୍ଥାନ ପାଇପାରନ୍ତି । ଟେଷ୍ଟ ମ୍ୟାଚ ଜିତିବା ପାଇଁ ହେଲେ ୨୦ ଓ୍ଵକେଟ୍‌ ନେବାକୁ ପଡ଼ିବ । ଏଥିପାଇଁ ବୋଲରଙ୍କ ଉପରେ ବଡ଼ ଚାପ ରହିବ । ଇଶାନ୍ତ ଶର୍ମାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁର ଖେଳିବା ସମ୍ଭାବନା ଅଧିକ । ଚୂଡାନ୍ତ ଏକାଦଶରେ କେ ଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଏବଂ ଋଷଭ ପନ୍ତ ଚୟନ ସୁନିଶ୍ଚିତ । ଖରାପ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ ସଂଘର୍ଷ କରୁଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦେଖିବାକୁ ରହିଲା, ପ୍ରଥମ ଟେଷ୍ଟରେ କାହାକୁ ମିଳୁଛି ସୁଯୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.