ଲିଓନେଲ ମେସୀ ଲୁହ ପୋଛିଥିବା ଟିସୁ ପେପର ହେବ ନିଲାମ, ଦାମ୍ ରହିଛି ସାଢେ ସାତ କୋଟି ଟଙ୍କା

ଲୋକପ୍ରିୟ ତଥା ପ୍ରସିଦ୍ଧ ଖେଳାଳିଙ୍କ ଜିନିଷ ନିଲାମ ହେବା କିଛି ନୂଆ କଥା ନୁହେଁ। କିନ୍ତୁ କେବେ କୌଣସି ଖେଳାଳିଙ୍କ ଲୁହ ଏତେ ମୂଲ୍ଯବାନ ହୋଇପାରେ ଯେ, ତାର ଦାମ୍ କୋଟି କୋଟି ଟଙ୍କା ହୋଇପାରିବ ବୋଲି ହୁଏତ ଆପଣ କେବେ ଭାବିନଥିବେ।

ଆର୍ଜେଣ୍ଟିନା ଫୁଲବଲ ଷ୍ଟାର ଲିଓନେଲ ମେସୀ ଫୁଟବଲ କ୍ଲବ ବାର୍ସିଲୋନାରୁ ବିଦାୟ ନେଇଛନ୍ତି। ମେସୀ ବାର୍ସିଲୋନା ସହିତ ଛୋଟ ବେଳରୁ ଜଡିତ ଥିଲେ। କିନ୍ତୁ କ୍ଲବର ଆର୍ଥିକ ସ୍ଥିତି ବିଗିଡିବାରୁ ସେ ସମସ୍ତ ସଂପର୍କ ଭାଙ୍ଗି ପ୍ଯାରିସ ସେଣ୍ଟ ଜର୍ମାନ୍ ସହିତ ଯୋଡି ହୋଇଛନ୍ତି।

ମେସୀ ୧୩ ବର୍ଷ ବୟସରୁ ବାର୍ସିଲୋନା ସହିତ ଜଡିତ ଥିଲେ। ତାଙ୍କ କ୍ଯାରିଅରରେ ଶୀର୍ଷ ସ୍ଥାନରେ ପହଞ୍ଚିବାରେ କ୍ଲବର ବେଶ ଭୂମିକା ରହିଛି। ଏତେ ଦିନ ପରେ ବାର୍ସିଲୋନା ଠାରୁ ବିଦାୟ ନେବା ବେଳେ ମେସୀ ଷ୍ଟେଜ ଉପରେ ଭାବବିହ୍ବଳ ହୋଇ କାନ୍ଦି ପକାଉଥିଲେ। ସେହି ସମୟରେ ପାଖରେ ଥିବା ପତ୍ନୀ ଏଣ୍ଟିନେଲା ସେମୀ ଏକ ଟିସୁ ପେପର କାଢି ଲୁହ ପୋଛିବାକୁ ଦେଇଥିଲେ। ଏବେ ଏହି ଟିସୁ ପେପର ନିଲାମ ହେବାକୁ ଯାଉଛି।

ମେସୀଙ୍କ ଜଣେ ଫ୍ଯାନ ଏହି ଟିସୁ ପେପରକୁ ନିଲାମ କରିବାକୁ ଉପଲବ୍ଧ କରିଛନ୍ତି। ଯାହାର ଦାମ୍ ୧ ମିଲିଅନ ଡଲାର ଅର୍ଥାତ୍ ସାଢେ ୭ କୋଟି ଟଙ୍କା ରହିଛି। ଏବେ ଦେଖିବାକୁ ହେବ ଯେ, ଏହାକୁ ଏତେ ଉଚ୍ଚ ଦାମରେ କିଏ କିଣିବ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.