Below header

ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା: ସେମିଫାନାଲରେ ୪ ନମ୍ବର ଦଳ ଭାବେ କିଏ? ଆଜି ଏହି ଚର୍ଚ୍ଚାର ଘଟିବ ଅବସାନ

ବିଶ୍ୱକପ୍‌ କ୍ରିକେଟ୍‌ ସେମିଫାନାଲରେ ୪ ନମ୍ବର ଦଳ ଭାବେ କିଏ ସ୍ଥାନ ପାଇବ । ଆଜି ଏହି ଚର୍ଚ୍ଚାର ଅବସାନ ଘଟିବ । ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା । ଅସମ୍ଭବ ସମୀକରଣକୁ ସମ୍ଭବ କରିପାରିଲେ ପାକିସ୍ତାନ ସେମିକୁ ଯାଇପାରିବ । ହେଲେ ପାକିସ୍ତାନ ପାଖରେ ରହିଛି ଅସାଧ୍ୟ ଲକ୍ଷ୍ୟ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୦ ରନ୍‌ କରିବା ସହ ବାଂଲାଦେଶକୁ ୩୧୧, ୪୦୦ ରନ୍‌ କରି ବାଂଲାଦେଶକୁ ୩୧୬, ୪୫୦ ରନ୍‌ କରି ବାଂଲାଦେଶକୁ ୩୨୧ ରନ୍‌ରେ ହରାଇ ପାରିଲେ ସେମିକୁ ଯିବ । ଟସ୍‌ ହାରିଲେ ଏହି ଆଶା ବି ଶେଷ ହୋଇଯିବ । ତେଣୁ ପାକିସ୍ତାନ ବିଦାୟ ନେବା ନିଶ୍ଚିତ । ୪ ନମ୍ବର ଦଳ ଭାବେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିବ । ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ପାଇ ଲିଗ୍‌ ଅଭିଯାନ ଶେଷ କରିଛି । ଶେଷ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ହାରିବା ପରେ ମଧ୍ୟ ରନ୍‌ ରେଟ୍‌ରେ ପାକିସ୍ତାନଠାରୁ ବେଶ୍‌ ଆଗରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.