Below header

ଲିଡସ୍ ସଡକ ଉପରେ ଭାରତୀୟ ଟିମ୍ ର ମସ୍ତି, ଫଟୋ ସେୟାର କଲେ ହର୍ଦ୍ଦିକ ପାଣ୍ଡ୍ଯା

ଭାରତୀୟ ଟିମ୍ ଆଇସିସି ୱାଲ୍ଡ କପ୍ ୨୦୧୯ରେ ନିଜର ଆତଙ୍କୀ ଲିଗ୍ ମ୍ୟାଚ୍ ଶନିବାର ଶ୍ରୀଲଙ୍କା ବିପକ୍ଷରେ ହେଡିଂଙ୍ଗଲେ ମଇଦାନରେ ଖେଳିବ । ଏହା ପୂର୍ବରୁ ଗୁରୁବାର ଖେଳାଳିମାନେ ନିଜର ଟ୍ରେନିଙ୍ଗ ଛାଡି ଏହି ସହରରେ ବୁଲିବାର ମଜା ନେଇଥିଲେ । ଇନଷ୍ଟାଗ୍ରାମରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କ ସହିତ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୟଙ୍କ ଅଗ୍ରୱାଲ୍,ଯୁବ ବୋଲର ଋଷଭ ପଂନ୍ତ ଏବଂ ଜସପ୍ରିତ ବୁମରାହ ନଜର ଆସିଥିଲେ । ହାର୍ଦ୍ଦିକ ଏହି ଫଟୋ ସହିତ କ୍ୟାପସନ୍ ରେ ଲେଖିଛନ୍ତି ବୟଜ୍ ଡେ ଆଉଟ୍ ( Boyz Day Out )।

 

View this post on Instagram

 

Boys’ day out 🤩

A post shared by Hardik Pandya (@hardikpandya93) on

ଧୋନୀ ଏହି ଫଟୋରେ ଜ୍ୟାକେଟ ପିନ୍ଧିବା ସହିତ ଚଷମା ମଧ୍ୟ ଲଗାଇଛନ୍ତି । ପଂନ୍ତ,ବୁମରାହ ଏବଂ ମୟଙ୍କ ମଧ୍ୟ ଜ୍ୟାକେଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହା ସହିତ ୟୁଜବେଂନ୍ଦ୍ର ଚହଲ ମଧ୍ୟ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ବରାଟ କୋହଲି ନିଜ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.