Below header

ରୋମାଞ୍ଚକର ସ୍ଥିତିରେ ଭାରତ-ବାଂଲାଦେଶ ମ୍ୟାଚ, ବିଜୟ ମଧ୍ୟରେ ଦୂରତା ୧୦୦ ରନ୍‌

କେନ୍ୟୁଜ୍(ବ୍ୟୁରୋ): ରୋମାଞ୍ଚକର ସ୍ଥିତିରେ ଭାରତ-ବାଂଲାଦେଶ ମୀରପୁର ଟେଷ୍ଟ । ଭାରତ ଓ ବିଜୟ ମଧ୍ୟରେ ଦୂରତା ୧୦୦ ରନ୍‌ । ସେପଟେ ବାଂଲାଦେଶ ବିଜୟ ପାଇଁ ଆବଶ୍ୟକ ଆଉ ୬ ୱିକେଟ୍‌ । ଆଜି ଖେଳର ଚତୁର୍ଥ ଦିନ । ଆଜି ହାର-ଜିତର ଫୈସଲା ହୋଇଯିବ । ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ଓ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ ରନ୍‌ କରିଥିଲା ।

ଭାରତ ପ୍ରଥମ ଇନିଂସରେ ୩୧୪ ରନ୍‌ କରି ୮୭ ରନ ଲିଡ୍‌ ହାସଲ କରିଥିଲା । ତେଣୁ ଭାରତ ପାଇଁ ବିଜୟ ଲକ୍ଷ୍ୟ ରହିଛି ୧୪୫ରନ୍‌ । ଗତକାଲିର ଖେଳ ଶେଷ ବେଳକୁ ଭାରତ ୪୫ ରନରେ ୪ଟି ୱିକେଟ୍‌ ହରାଇ ସାରିଛି । ଶୁଭମନ ଗିଲ୍‌, ରାହୁଲ, ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଆଉଟ୍‌ ହୋଇଛନ୍ତି । ତେଣୁ ଖେଳ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ରିଷଭ ପନ୍ଥ ଓ ଶ୍ରେୟସ ଆୟାରଙ୍କ ବ୍ୟାଟରୁ ବିଜୟ ଇନିଂସ ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.