ଟି-ଟ୍ବେଣ୍ଟି ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର, ସ୍ୱତନ୍ତ୍ର ରଣନୀତି କରିଛି ରୋହିତ ବାହିନୀ

କେନ୍ୟୁଜ୍(ବ୍ୟୁରୋ):ଟି-ଟ୍ବେଣ୍ଟି ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର । ମେଲବୋର୍ଣ୍ଣରେ ହେବ ମହାମୁକାବିଲା । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରଣନୀତି କରିଛି ମେନ୍‌ ଇନ୍‌ ବ୍ଲୁ । ଝାଳବୁହା ଅଭ୍ୟାସ କରିଛନ୍ତି ଖେଳାଳି । ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ କଣ ରହିବ ତାଉପରେ ସମସ୍ତଙ୍କର ନଜର ରହିଛି । ରୋହିତ, ଲୋକେଶ ରାହୁଲ, ବିରାଟ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପକ୍କା । ବିରାଟ ଓ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛି ଟିମ୍‌ ଇଣ୍ଡିଆ । ସେପଟେ ଓ୍ଵିକେଟ କିପର ଭାବରେ ଦୀନେଶ କାର୍ତ୍ତିକ ନା ରିଷଭ ପନ୍ଥ କିଏ ଖେଳିବେ ତାକୁ ନେଇ ସସପେନ୍ସ ।

କାର୍ତ୍ତିକ ଓ ପନ୍ଥ ଦୁହେଁ ଖେଳିଲେ ଜଣେ ସ୍ପିନର ଭାବରେ ଯୁଜବେନ୍ଦର ଚହଲକଙ୍କୁ ମିଳିପାରେ ସୁଯୋଗ । ପନ୍ଥ ନଖେଳିଲେ ଅକ୍ଷର ପଟେଲ୍‌ ନହେଲେ ଅଶ୍ୱିନଙ୍କ ଭିତରୁ ଜଣଙ୍କୁ ମିଳିପାରେ ସୁଯୋଗ । ଫାଷ୍ଟ ବୋଲର ଭାବରେ ମହମ୍ମଦ ସାମିଙ୍କ ସହ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂ ଖେଳିବା ଏକପ୍ରକାର ଚୂଡ଼ାନ୍ତ । ସେପଟେ ଚଳିତ ବିଶ୍ୱକପ୍‌ ପୂର୍ବରୁ ଉଭୟ ଟିମ୍‌ ଖେଳିଥିବା ୫ଟି ମ୍ୟାଚରୁ ଭାରତ ୩ଟି ଜିତିଛି । ପାକିସ୍ତାନ ଜିତିଛି ୨ଟି ମ୍ୟାଚ୍‌ । ପାକିସ୍ତାନ ବିଜୟରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି । ଭାରତର ବିଜୟ ରାସ୍ତାରେ ଘାତକ ହୋଇପାରନ୍ତି ବାବର ଆଜମ୍‌, ସାହିନ୍‌ ଆଫ୍ରିଦି, ନସିମ ଶାହ । ତେଣୁ ମେଲବୋର୍ଣ୍ଣରେ କଡ଼ା ମୁକାବିଲା ହେବା ନିଶ୍ଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.