ସୁପରସଣ୍ଡେରେ ସୁପର ଫାଇଟ୍‌: ଆଜି ବାରବାଟୀରେ ଭାରତ-ଦ.ଆଫ୍ରିକା ଦ୍ୱିତୀୟ ଟି-୨୦, କଟକରେ ୬୨ ପ୍ଲାଟୁନ ଫୋର୍ସ ମୁତୟନ!

କଟକ(କେନ୍ୟୁଜ୍): ସୁପରସଣ୍ଡେରେ ସୁପର ଫାଇଟ୍‌ । ଆଜି ବାରବାଟୀରେ ଖେଳାଯିବ ଭାରତ-ଦ. ଆଫ୍ରିକା ଦ୍ୱିତୀୟ ଟି-ଟେ୍ଵଣ୍ଟି । ଦିଲ୍ଲୀରେ ନିରାଶ ପରେ ବାରବାଟୀରେ କମ୍‌ବ୍ୟାକ୍‌ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ଅଧିକାଂଶ ବ୍ୟାଟର ଫର୍ମରେ ଥିବା ବେଳେ ବଡ଼ ସ୍କୋର ଆଶା କରାଯାଉଛି ।

ପ୍ରଥମ ମ୍ୟାଚ୍‌ ବୋଲିଂ ଦୁର୍ବଳତା ଯୋଗୁଁ ହାରିଥିବାରୁ, ଏଥର ବୋଲିଂ ଲାଇନ୍‌କୁ ସୁଧାରିବାକୁ ଚେଷ୍ଟା କରିବ ଋଷଭ ପନ୍ତ ଆଣ୍ଡ କୋ । ବାରବାଟୀରେ ମ୍ୟାଚ୍‌ ଜିତି ଦଳ ୧-୧ରେ ସିରିଜ୍‌ ବରାବର କରିବା ଲକ୍ଷ୍ୟରେ ରହିଛି । ଏପଟେ ଦିଲ୍ଲୀ ବିଜୟ ପରେ ଦକ୍ଷିଣ ଆଫ୍ରିକା ଟିମ୍‌ର ମନୋବଳ ଦୃଢ଼ ରହିଛି । ହାଇଭୋଲଟେଜ ମ୍ୟାଚ ଅପେକ୍ଷାରେ ରହିଛନ୍ତି ଫ୍ୟାନ ।

ଏପଟେ ମ୍ୟାଚ୍‌ ପାଇଁ ସୁରକ୍ଷା ବଳୟରେ ବାରବାଟୀ। ଶାନ୍ତିଶୃଙ୍ଖଳାର ସହ ମ୍ୟାଚ୍‌ ଆୟୋଜନ ନେଇ ଗୁରୁତ୍ୱ ଦେଇଛି ଓଡ଼ିଶା ପୋଲିସ। ମ୍ୟାଚ୍‌ ପାଇଁ କଟକରେ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ। ଖେଳର ସୁପରିଚାଳନା ପାଇଁ ୩ଜଣ ଡିସିପି, ୭ଜଣ ଅତିରିକ୍ତ ଡିସିପି, ୩୨ ଏସିପି ସହ ଅନ୍ୟ ଅଧିକାପରୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।