ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ ପରେ ଲୁଟ୍ ଘଟଣାରେ ୭ଡକାୟତ ଗିରଫ, କାମ ଦେଲା ସିସିଟିଭି ଫୁଟେଜ

ସମ୍ବଲପୁର(କେନ୍ୟୁଜ): ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ ପରେ ଲୁଟ୍ ଘଟଣାରେ ୭ଡକାୟତ ଗିରଫ। ଡକାୟତଙ୍କୁ ଗିରଫ କରଛି ସମ୍ବଲପୁର ଧନୁପାଲି ପୋଲିସ ଓ ସ୍ୱତନ୍ତ୍ର ଟିମ୍‌ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଥିବା ଶ୍ୟାମସୁନ୍ଦର ଡାଲମିୟାଙ୍କ ପରିବାର ଡକାୟତଙ୍କ ଶିକାର ହୋଇଥିଲେ।

ସଶସ୍ତ୍ର ଡକାୟତ ପ୍ରଥମେ ତାଙ୍କ ଦୋକାନ ଘରେ ପଶି ଶ୍ୟାମସୁନ୍ଦରଙ୍କୁ ଆକ୍ରମଣ କରି ତାଙ୍କ ହାତ ଗୋଡ଼ ଓ ମୁହଁ ବାନ୍ଧି ଦେଇଥିଲେ। ପରେ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ବାନ୍ଧି ଲୁଟ୍‌ପାଟ୍‌ କରିଥିଲେ। ଘର ଭିତରୁ ଲକ୍ଷେ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା।

ଖବର ପାଇ ପୋଲିସ ଶ୍ୟାମସୁନ୍ଦରଙ୍କ ଘରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଏକ ଟିମ୍‌ ସୋନପୁର ଯାଇ ଜଣଙ୍କୁ ଧରିବା ପରେ ବାକି ଡକାୟତ ମାନେ ଧରା ପଡ଼ିଥିଲେ। ଫେରାର ଥିବା ୩ ଡକାୟତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।