Below header

ଆଇପିଏଲ ୨୦୨୦: ଆଜିର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବନାମ କଲିକତା ନାଇଟ ରାଇଡର୍ସ, ରସେଲ ଏବଂ ପାଣ୍ଡ୍ୟା ଉପରେ ସମସ୍ତଙ୍କ ନଜର

ଆଇପିଏଲ୍‌ ୨୦୨୦ ସିଜିନ ୧୩ର ପଞ୍ଚମ ମ୍ୟାଚ କଲିକତା ନାଇଟ ରାଉଡର୍ସ(କେକେଆର) ବନାମ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଟକ୍କର ହେବ। ଏହି ଖେଳରୁ କଲିକତା ସିଜନର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ମୁମ୍ବାଇ ଦ୍ୱିତୀୟ ମ୍ୟାଚ ଖେଳିବ। ପୂର୍ବରୁ ମୁମ୍ବାଇ ଉଦ୍‌ଘାଟନ ମ୍ୟାଚ ଖେଳି ଚେନ୍ନାଇ ଠାରୁ ହାରିସାରିଛି।

66

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କେକେଆର୍ର ପ୍ରଦର୍ଶନ କିନ୍ତୁ ବହୁତ ଖରାପ ରହିଛି। ଉଭୟ ଦଳ ଆଇପିଏଲ୍ରେ ପରସ୍ପର ବିପକ୍ଷରେ ୨୫ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୯ ମ୍ୟାଚ୍ ଜିତିଥିଲା ବେଳେ କେକେଆର୍ ମାତ୍ର ୬ ମ୍ୟାଚ୍ରେ ବିଜୟୀ ହୋଇଛି। କେକେଆର୍ ପାଇଁ ଭଲ କଥା ହେଲା ୨୦୧୪ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ସପ୍ତମ ସଂସ୍କରଣରେ ହିଁ ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ଓ ଶେଷ ଥର ପାଇଁ ଗୋଟିଏ ଋତୁରେ ଦୁଇ ଥର ହରାଇଥିଲା। ଚଳିତ ସଂସ୍କରଣ ସେହି ୟୁଏଇରେ ହେଉଥିବାରୁ କେକେଆର୍ ୬ ବର୍ଷ ତଳର ସେହି ସଫଳତା ଦୋହରାଇବା ଆଶାରେ ରହିଛି।
ତେବେ ଦୁଇଟି ଟିମ୍‌ରେ ବିଗ୍‌ ହିଟର୍ସ ରହିଛନ୍ତି। ଆଜିର ମ୍ୟାଚରେ ସମସ୍ତଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏବଂ ରସେଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.