ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍, ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ । ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଭାରତ ପାଇଁ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ତୃତୀୟ ମ୍ୟାଚରେ ସହଜ ବିଜୟ ହାସଲ କରିଥିଲା ଭାରତ ।

ଆଜିର ମ୍ୟାଚ୍ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷକରି ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ ।

ରୁତୁରାଜ ଗାଏକଓ୍ଵାଡ ଫର୍ମ ଫେରିପାଇଥିବାରୁ ଟିମ୍‌ ଆଶ୍ୱସ୍ତି ପାଇଛି । ସିରିଜ ହାତେଇବାକୁ ହେଲେ ଶେଷ ଦୁଇଟି ମ୍ୟାଚ୍ ଭାରତକୁ ଜିତିବାକୁ ପଡ଼ିବ । ଅନ୍ୟପଟେ ଡି କକ୍‌ ସାଉଥ ଆଫ୍ରିକା ଟିମକୁ ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.