ଆଜିଠାରୁ ଆରମ୍ଭ ରଣଜୀ କ୍ରିକେଟ ସିଜିନ୍‌, ଟସ୍‌ ଜିତି ଓଡ଼ିଶାର ପ୍ରଥମେ ବ୍ୟାଟିଂ

ଭୁବନେଶ୍ବର(କେନ୍ଯୁଜ୍) : ଆଜିଠାରୁ ଆରମ୍ଭ ହୋଇଛି ରଣଜୀ କ୍ରିକେଟ ସିଜିନ୍‌ । ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଓ ହରିୟାଣା । ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରୁଛି। ଉଭୟ ଟିମ୍‌ରେ ଅଛନ୍ତି ବହୁ ନୂଆ ପୁରୁଣା ଖେଳାଳି । ଓଡ଼ିଶା ରଣଜୀ ଟିମ୍‌ ଅଧିନାୟକ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ଏବେ ଭଲ ଫର୍ମରେ ଅଛନ୍ତି ।

qqପ୍ରଥମଥର ପାଇଁ ଟିମ୍‌ରେ ସ୍ଥାନ ପାଇଛନ୍ତି ପ୍ରତିଭାବାନ ବୋଲର୍‌ ପପୁ ରାୟ । ଗତ ଦେଓଧର ଟ୍ରଫିରେ ତାଙ୍କର ପ୍ରଦର୍ଶନ ଭଲ ଥିଲା । ସେପଟେ ହରିୟାଣା ଟିମ୍‌ ରେ ଅଛନ୍ତି ଭାରତୀୟ ଷ୍ଟାର ବୋଲର ମୋହିତ ଶର୍ମା, ଜୟନ୍ତ ଯାଦବଙ୍କ ସମେତ ଆଇପିଏଲ ଷ୍ଟାର ହର୍ସଲ ପଟେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.